August 19, 2026

ବିଜୟ ନାମରେ ନାମିତ ହେଲା ନୂତନ ପୁଷ୍କରିଣୀ ର ନାମ

IMG-20230419-WA0004
Share

 

ମାହାଙ୍ଗା _କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବରାହିପୁର ପଂଚାୟତସ୍ଥିତ ବିଦେଇ ମଠ ପରିସରରେ ନୂତନ ଭାବେ ଏକ ପୁଷ୍କରିଣୀ ର ଶୁଭ ଉଦଘାଟନ ହୋଇଯାଇଛି ! :ଏଥିରେ ମୁଖ୍ୟ ଅତିଥି ଭାବେ ଆଠଗଡ ଏସ ଡି ପିଓ ବିଜୟ କୁମାର ବିଶି ଯୋଗଦେଇ ଶୁଭ ଏହି ପୁଷ୍କରିଣୀର ଉଦଘାଟନ କରିଥିଲେ !’ଏହି ପୁଷ୍କରିଣୀ ହେବା ଦ୍ୱାରା ମାହାଙ୍ଗା ବାସି ଉପକୃତ ହୋଇପାରିବେ ବୋଲି କହିଥିଲେ !’ଉକ୍ତ କାର୍ଯ୍ୟକ୍ରମରେ କବି ରସରାଜ ବୀର କିଶୋର ସ୍ୱାଇଁ, ସାହିତ୍ୟିକ ଡ଼କ୍ଟର ଏକାଦଶୀ ପ୍ରଧାନ , ପୂର୍ବତନ ସରପଞ୍ଚ ଅଜୟ ନାୟକ, ସରପଞ୍ଚଙ୍କ ପ୍ରତିନିଧି ଧୀରେନ୍ଦ୍ର ନାଥ ସ୍ୱାଇଁ, asi ଭୀଷ୍ମ ପ୍ରଧାନ, ବାବୁଲି ରାଉତ,ଭୂପେନ ଚାଟାର୍ଜୀ ଗୁରୁଚରଣ ସାହୁପ୍ରମୁଖ ଯୋଗଦେଇ ଏହି ପୁଷ୍କରିଣୀ କିପରି ଭାବେ ସମ୍ପୂର୍ଣ୍ଣ ହୋଇପାରିବ ସେ ଉପରେ ଆଲୋଚନା କରିଥିଲେ ! ଏଥିରେ ଭରତ ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଅଲେଖ ରାଉତ, ରବୀନ୍ଦ୍ର ସେଠି, ବିଷ୍ଣୁ ଦାଶ, ପୁନାନନ୍ଦ ରାଉତ ଙ୍କ ସମେତ ମନ୍ଦିର ର ବହୁ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ ! ଏହି ପୁଷ୍କରିଣୀ କୁ ସର୍ବ ସମ୍ମତି କ୍ରମେ ବିଜୟ ପୁଷ୍କରିଣୀ ନାମିତ କରାଯାଇଛି ! ଏହି ପୁଷ୍କରିଣୀ ଖନାନ କାର୍ଯ୍ୟ ରେ ମାହାଙ୍ଗା ଥାନା ଆଇ ଆଇ ସି ବିଜୟ କୁମାର ମଲିକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

You may have missed