ନୂତନ ବି ଡି ଓ ଙ୍କ ଦାୟିତ୍ଵ ଗ୍ରହଣ
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ତା 18.4. କୁନ୍ଦୁରା ବ୍ଲକ ରେ ପୂର୍ବତନ ବି ଡି ଓ ସନ୍ଧ୍ଯା ସମରଥଙ୍କ ଗତ ମାର୍ଚ୍ଚ ମାସ 2 ତାରିଖରେ ବଦଳି ହୋଇଥିଲେ ସୁଦ୍ଧା କୌଣସି କାରଣରୁ ପ୍ରାୟ ଦେଢ଼ ମାସ ଦାୟିତ୍ଵରେ ରହି କାର୍ଯ୍ୟ କରୁଥିଲେ l ପ୍ରାୟ 5 ବର୍ଷ ରୁ ଉର୍ଦ୍ଧ ହେବ ଅତିରିକ୍ତ ବି ଡି ଓ ପଦବୀ ମଧ୍ୟ ଖାଲି ପଡ଼ିଥିଲା l ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମ ପ୍ରସାଦ ଦୋରା ଙ୍କୁ କୁନ୍ଦୁରା ବ୍ଲକରେ ବଦଳି ହେବାପରେ ସେ ଗତକାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ଵ ନେଇଛନ୍ତି l ତାଙ୍କୁ ବ୍ଲକ ର ବିଭିନ୍ନ ବିଭାଗୀୟ ମୁଖ୍ୟ ଓ କର୍ମଚାରୀଙ୍କ ପକ୍ଷରୁ ସ୍ଵାଗତ କରାଯାଇଛି l
ପ୍ରକାଶ ଥାଉ କି ବ୍ଲକ ରେ ପୂର୍ବତନ ବି ଡି ଓ ସନ୍ଧ୍ୟା ସମରଥଙ୍କ ବ୍ୟବହାର ଓ କାର୍ଯ୍ୟ ଶୈଳୀକୁ ନେଇ ଗତ 12 .2 ରିଖ ଦିନ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀରେ ବରିଷ୍ଠ ବିଜେଡି ନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଠିଆଙ୍କ ସମେତ ସମସ୍ତ ଜନ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରି ତୁରନ୍ତ ବଦଳି କରାଯାଇ ଜଣେ ଅଭିଜ୍ଞ ବି ଡି ଓ ଙ୍କୁ କୁନ୍ଦୁରା ବ୍ଲକରେ ନିଯୁକ୍ତି ଦେବାପାଇଁ ଦାବି କରିଥିଲେ l ଜନ ପ୍ରତିନିଧିଙ୍କ ଦାବୀକୁ ଗୁରୁତ୍ଵ ଦେଇ ନୂତନ ଭାବେ ଦାୟିତ୍ଵ ନେଇ ମାତ୍ର 9 ମାସ କାର୍ଯ୍ୟ କରିଥିବା ବି ଡି ଓ ସନ୍ଧ୍ଯା ସମରଥଙ୍କୁ ଅନ୍ୟତ୍ର ବଦଳି ହୋଇଛି l ଯେ ହେତୁ ଶ୍ରୀଯୁକ୍ତ ଦୋରା ପୂର୍ବରୁ କୁନ୍ଦୁରା ବ୍ଲକ ରେ ଜି ପି ଇ ଓ ଦାୟିତ୍ଵରେ ରହିଥିଲେ ଓ ବ୍ଲକ ର ସ୍ଥିତି ବିଷୟରେ ଅଭିଜ୍ଞ ତେଣୁ ବିକାଶ ମୂଳକ କାର୍ଯ୍ୟରେ ଉନ୍ନତି ଆସିବ ଓ ନେତା ଠାରୁ ଜନତା ସମସ୍ତେ ସହଯୋଗ ପାଇପାରିବେ ବୋଲି ଆଶା ରଖିଛନ୍ତି l
କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ୍ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ news ଉପାନ୍ତ l