August 25, 2026

ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ 

IMG-20260825-WA0029
Share

 

ବରପାଲି – ୨୫/୮(ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ସ୍ଥିତ ଫାର୍ମାସ୍ୟୁଟିକାଲ କଲେଜ ଠାରେ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ଏବଂ ପ୍ରଚାର,ପ୍ରସାର ଉଦ୍ଦେଶ୍ୟରେ ଗଠିତ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ମହାସମାରୋହରେ ଉଦଘାଟିତ ହୋଇଯାଇଅଛି । ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ଼.ଆସୁତୋଷ ପଧାନ ସମସ୍ତଙ୍କୁ ସ୍ଵାଗତ କରିଥିଲେ, କଲେଜ ନିର୍ଦ୍ଦେଶକ ଡ଼.ରଞ୍ଜନ କୁମାର ସାହୁ ଅତିଥି ପରିଚୟ କରିଥିଲେ, କଲେଜ ଚେୟାରମେନ ତଥା ଉଦ୍ୟୋକ୍ତା ନରେନ୍ଦ୍ର  ହୋତା ସମସ୍ତ ଅତିଥିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ସଭା ପ୍ରାରମ୍ଭରେ କବି ନିସାର ଅହମ୍ମଦ ନିସାର ଗୁରୁ ବନ୍ଦନା ଗାନ କରିଥିଲେ । ନରେନ୍ଦ୍ର ହୋତାଙ୍କ ସଭାପତିତ୍ବରେ ଗୁରୁ ଭଗବାନ ସାହୁଙ୍କ ଦୁଇ ଆଦର୍ଶ ପଟ୍ଟ ଶିଷ୍ୟ ଗବେଷକ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ) ଏବଂ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ସଭାପତି ଦଧିବାବନ ଶତପଥୀ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଅନୁଷ୍ଠାନ ଉଦଘାଟନ କରିଥିଲେ ଏବଂ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ ବିଶେଷ ପଦକ୍ଷେପ ନେଇଥିବା ସ୍ମୃତି କମିଟି ସଦସ୍ୟ ନରେନ୍ଦ୍ର ହୋତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ, ରାଜ୍ୟସ୍ତରୀୟ ସ୍ମୃତି କମିଟି  ସମ୍ପାଦକ ତୁଳସୀ ଚରଣ ଦାଶଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଟେକଚାନ୍ଦ ଦୂଆନ, ମୂଖ୍ୟ ବକ୍ତା ପ୍ରାକ୍ତନ ପ୍ରାଧ୍ୟାପକ ସନ୍ତୋଷ କୁମାର ପଣ୍ଡା , ବରେଣ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡ. ଘନଶ୍ୟାମ ପାଣିଗ୍ରାହୀ, ସମ୍ମାନିତ ଅତିଥି ସ୍ମୃତି କମିଟି ଉପସଭାପତି ସର୍ଦ୍ଦାର ପ୍ରିତମ ସିଂ, ସଂଯୋଜକ କୃଷ୍ଣ ଚନ୍ଦ୍ର ପଣ୍ଡା, ଡ଼. ସୁବାସ ଚନ୍ଦ୍ର ପାତ୍ର, ବିପ୍ର ଚରଣ ସାହୁ, ମହେନ୍ଦ୍ର ମେହେର, ନିରଞ୍ଜନ ପଣ୍ଡା,ସୁରେଶ ଚନ୍ଦ୍ର ଦାଶ , ସବିତା ମହରା ,ପ୍ରମୁଖ ଯୋଗଦାନ କରି ଗୁରୁ ଭଗବାନ ସାହୁଙ୍କ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତି ପାଇଁ ଯୁଗାନ୍ତକାରୀ ଅବଦାନ ଉପରେ ଆଲୋକପାତ କରି ଗୁରୁଙ୍କ ସ୍ମୃତିରେ ଅନୁଷ୍ଠାନକୁ ଆଗେଇ ନେବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଉଦ୍ୟୋକ୍ତା ନରେନ୍ଦ୍ର ହୋତା ଶବ୍ଦନୃତ୍ୟର ଶାସ୍ତ୍ରୀୟତା ଉପରେ ଆସନ୍ତା ଦିନରେ ସେମିନାର ସହିତ ଗୁରୁଙ୍କ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରି ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ଶିକ୍ଷାବିତ ନିବେଦିତା ସାହୁ,ନିହାର ରଞ୍ଜନ ପ୍ରଧାନ,ଜତିଲାଲ ବାଗ, ବିମଳ କୃଷ୍ଣ ମିଶ୍ର ପ୍ରଦୀପ ସାହୁ, ରୋହିତ ମହାରଣା, ବିଜୟାନନ୍ଦ ସାହୁ,ଭୂବନ ଭୋଇ, ଉଦ୍ଧବ ବାରିକ, ଦିଲିପ ସାହୁ, ରମେଶ ମାଝୀ,ହର୍ଷ ବେହେରା,ଝାଡେଶ୍ବର ପଧାନ,ଲୋକପାଲ ପଟେଲ,ସଚିନ ମହାପାତ୍ର, ଅରକ୍ଷିତ ଚନ୍ଦ୍ର ମହାନନ୍ଦ, ସୁଦାମ ସୁନା ସମେତ ସ୍ମୃତି କମିଟିର ବିଭିନ୍ନ ଜିଲ୍ଲାରୁ ଅନେକ ସଦସ୍ୟ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ କଲେଜ କର୍ତୃପକ୍ଷଙ୍କ ସହଯୋଗ ଏବଂ ଛାତ୍ର ଛାତ୍ରୀ ଙ୍କ ଯୋଗଦାନ ପାଇଁ ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟିର ସଭାପତି ଓ ସଂପାଦକ କୃତଜ୍ଞତା ଜ୍ଞାପନ କରିଥିଲେ ।

You may have missed