April 26, 2026

ବିଜେପି ପକ୍ଷରୁ ପ୍ରେସ୍ ମିଟ୍, ଶ୍ରମମନ୍ତ୍ରୀଙ୍କ ବହିଷ୍କାର ଏବଂ ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣର ଅଭିଯୁକ୍ତଙ୍କୁ ଗିରଫ ଦାବି 

IMG-20230418-WA0067
Share

 

ବୁଗୁଡ଼ା : ସ୍ଥାନୀୟ ବିଜେପି କାର୍ଯାଳୟରେ ଆଜି ପୂର୍ବାହ୍ନରେ ଦଳ ପକ୍ଷରୁ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ସଂଯୁକ୍ତା ମାହଲଙ୍କ ସଙ୍ଗୀନ ଅଭିଯୋଗରେ ଛନ୍ଦି ହୋଇପଡିଥିବା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବହିଷ୍କାର ଦାବି ସାଙ୍ଗକୁ ସୋମବାର ଦିନ ବିଜେପି ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନଙ୍କୁ ଆକ୍ରମଣ କରିଥିବା ବିଜେଡି ଦଳର ଅଭିଯୁକ୍ତଙ୍କୁ ଗିରଫ ଦାବି ହୋଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀ ଅବସରରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ ସଂପୃକ୍ତା ନେତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ମିଳିତ କାର୍ଯ୍ୟକ୍ରମର ବିଭିନ୍ନ ଫଟୋ ଦେଖାଇ ସେ ଦ୍ବୟଙ୍କ ଘନିଷ୍ଠତା ସମ୍ପର୍କେ ବଖାଣିଥିଲେ । ଏଣିକି ଶ୍ରମମନ୍ତ୍ରୀ ଆଉ ମୁହଁ ନ ଲୁଚାଇ ଗଣମାଧ୍ୟମ ଆଗରେ ତାଙ୍କ ପ୍ରତି ଉଠିଥିବା ଅଭିଯୋଗର ସ୍ପଷ୍ଟୀକରଣ ଦିଅନ୍ତୁ ନତୁବା ସଂପୃକ୍ତା ମହିଳାଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା କରନ୍ତୁ ବୋଲି ଆହ୍ଵାନ ଦେଇଥିଲେ । ଏଥି ସହ ବିଜେବି ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନଙ୍କୁ ବୁଗୁଡ଼ା ସନ୍ତୋଷୀ ମନ୍ଦିର ନିକଟରେ ଆକ୍ରମଣ କରିଥିବା ବିଜେଡି ଦଳର ଅଭିଯୁକ୍ତଙ୍କୁ ଗିରଫ ନକଲେ ଥାନା ଘେରାଉ କରାଯିବ ବୋଲି ଚରମ ବାଣୀ ଶୁଣାଇ ଥିଲେ । ଉକ୍ତ ସମ୍ମିଳନୀରେ ଗୋକୁଳାନନ୍ଦ ମଲ୍ଲିକ ଓ ଦୀପକ କୁମାର ପ୍ରଧାନଙ୍କ ସମେତ ବିଜେପିର ବରିଷ୍ଠ ନେତା ମହେଶ ମହାନ୍ତି , ନୀଳମଣି ବିଷୋୟୀ , ବିନାୟକ ତ୍ରିପାଠୀ , ରଞ୍ଜନ ପୋଲେଇ , ଅଯୋଧ୍ୟା ମହାପାତ୍ର , ହରପ୍ରସାଦ ଦାଶ ପ୍ରମୁଖ ମଞ୍ଚାସୀନ ରହିଥିଲେ ।

ରିପୋର୍ଟ ବୁଗୁଡ଼ା. ହର ପ୍ରସାଦ ପାଢି