November 17, 2024
Share

*ଖବର ଆଜିର*
ତାରିଖ ୧୬/୦୪/୨୦୨୩ ରବିବାର ।

ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶ୍ରଫଙ୍କୁ ହତ୍ୟା କରାଯାଇଛି। ଏହି ଆକ୍ରମଣକାରୀମାନେ ସାମ୍ବାଦିକଙ୍କ ମଧ୍ଯରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ ଯାଉଥିଲେ। ତା’ପରେ ସେ ମାଫିଆ ଏବଂ ତାଙ୍କ ଭାଇଙ୍କୁ ଆକ୍ରମଣ କରିଥିଲେ।

ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟଠୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁରରେ ଗିରଫ ସଂଖ୍ୟା ବଢ଼ିବାରେ ଲାଗିଛି। ପଥର ମାଡ଼ ଓ ଦୋକାନ ପୋଡ଼ା ଘଟଣାରେ ୪୯ ଗିରଫ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଆଉ ୫୦ ଜଣଙ୍କୁ ଗିରଫ କରାଯିବ ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଛନ୍ତି।

IPL 2023: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ୨୩ ରନ୍‌ରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ ।

ଲକ୍ଷ୍ନୌ ସୁପର ଜାଏଣ୍ଟକୁ ୨ ୱିକେଟ୍‌ରେ ହରାଇଲା ପଞ୍ଜାବ କିଙ୍ଗ୍ସ ।

ଏପ୍ରିଲ୍ ୧୭ରୁ ପୁଣି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ହେବ । ସକାଳ ୬ଟା ୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ କ୍ଲାସ୍ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମୟ ନିର୍ଘଣ୍ଟ ବଦଳାଇପାରିବେ ।

ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ବସ୍ ସେବା ଯୋଗାଇଦିଆଯିବ। ପରୀକ୍ଷା ପାଇଁ କଟକଣା କୋହଳ କଲା ଜିଲ୍ଲା ପ୍ରଶାସନ। ସିଡିଏସ୍‌ ଓ ଏସଓ ପରୀକ୍ଷା ପାଇଁ କଟକଣା କୋହଳ କରାଯାଇଛି। ସକାଳ ୭ଟା ୩୦ରୁ ୧୦.୩୦ ଯାଏଁ କଟକଣା କୋହଳ କରାଯାଇଛି।

ଗଞ୍ଜାମ ଜିଲ୍ଲାରେ ୨ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ; ବିଲରେ ଟଳିପଡ଼ିଲେ ବୃଦ୍ଧା, ରାସ୍ତାରେ ବୃଦ୍ଧଙ୍କ ମୃତ୍ୟୁ।

ସମ୍ବଲପୁର ବ୍ୟତୀତ ଅନ୍ୟ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ହେଲା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ।

ଉତ୍ତରପ୍ରଦେଶର ଶାହଜାହାନପୁର ବ୍ରିଜ୍ ଉପରୁ ଟ୍ରାକ୍ଟର ଖସି ପଡ଼ିବା ଘଟଣ‌ାରେ ୧୧ଜଣକ ମୃତ୍ୟୁ ହୋଇଛି। ୨ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ।

ଦିଲ୍ଲୀ ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡାକିଲେ କେଜ୍ରିଓ୍ବାଲ ।

ସମ୍ବଲପୁର ଅଶାନ୍ତ ପାଇଁ ସରକାର ଦାୟୀ, ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି : ବିଜେପି।

ସିବିଆଇ ସମନ ପାଇବା ପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲ କହିଲେ ଯଦି ସେ ଚୋର ତେବେ କେହିବି ନୁହଁନ୍ତି ସଚ୍ଚୋଟ ।

୫-ଟି ସଚିବଙ୍କ ପୁରୀ ଗସ୍ତ: ଶ୍ରୀସେତୁ ଓ ବାଶେଳୀ ସାହି ଧର୍ମଶାଳା ଓ ସମଙ୍ଗ ପାର୍କିଙ୍ଗ କାମର ଅଗ୍ରଗତି ସମୀକ୍ଷା

ଭିତରକନିକାରେ ପ୍ରଥମ ଥର ‘ମ୍ୟାନଗ୍ରୁଭ୍‌ ପିଟା ପକ୍ଷୀଙ୍କ ଗଣନା ।
ଦୋଷ ପ୍ରମାଣିତ ହେଲେ କେଜ୍ରିୱାଲଙ୍କୁ ଦଣ୍ଡ ମିଳିବା ଉଚିତ: ଆନ୍ନା ହଜାରେ ।

ଫାସ୍‌ଟ୍ୟାଗ ପାଇଁ ଟୋଲ ଆଦାୟ ୫୮ ପ୍ରତିଶତ ବୃଦ୍ଧି।

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ଫୋର୍ସ (ସିଏପିଏଫ୍) କନ୍ଷ୍ଟେବଲ ପ୍ରବେଶିକା ପରୀକ୍ଷା ଏଣିକି ଓଡ଼ିଆ ସମେତ ୧୩ ଆଞ୍ଚଳିକ ଭାଷାରେ ହେବ । କେନ୍ଦ୍ର ଗୃହମନ୍ତ୍ରଣାଳୟ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ।

ଗ୍ରୀଷ୍ମ ପ୍ରବାହର ମୁକାବିଲା ଓ ପଦକ୍ଷେପ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା।

ସୁପ୍ରଭାତ ,ଶୁଭ ସକାଳ ।