April 28, 2026

ପାରଳାଖେମୁଣ୍ଡି ଠାରେ ଗଜପତି ବିଜୁ ଜନତା ଦଳର ପ୍ରଥମ ପରିବର୍ତିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

IMG-20230416-WA0008
Share

 

ପାରଳାଖେମୁଣ୍ଡି:୧୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଧା ରାଣୀ କଲ୍ୟାଣି ମଣ୍ଡପ ଠାରେ ବିଜୁ ଜନତା ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ବିଜେଡି ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ଅତନୁ ସଭ୍ୟସାଚି ନାୟକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କ୍ରମ ହୋଇ ଯାଇଛି।ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ରହ୍ମ ପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ଜିଲ୍ଲା ମହିଳା ସଭାପତି ପୂର୍ଣ୍ଣବାସିନାୟକ,ପାରଳା ନଗର ବିଜେଡି ସଭାପତି ସୁଧୀ ରଞ୍ଜନ ମହାପାତ୍ର, ହାଇଟେକ ଗ୍ରୁଫ ର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ମାରୁତ ପାଳ, ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ନାୟକ, ବସନ୍ତ ଦାସ,ଇଂ ରୂପେଶ ପାଣିଗ୍ରାହୀ,ରାଜଜେମା କଲ୍ୟାଣି ଗଜପତି,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରିୟମ ରଇତ,ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, କାଶୀ ନଗର ଏନ ଏ ସି ଅଧ୍ୟକ୍ଷ। ଏମ୍ ସୁଧାରାଣୀ ପ୍ରମୁଖ ମଞ୍ଚା ସିନ ଥିଲେ।ଗଜପତି ଜିଲ୍ଲା ପ୍ରଭାରୀ ଅତନୁ ସବ୍ୟସାଚୀ ନାୟକ ନୂଆ ଦାୟିତ୍ୱ ଗ୍ରହଣ କରି ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇବା ସହ ଆଗାମୀ 2024 ସାଧାରଣ ନିର୍ବାଚନରେ କିପରି ସଫଳତା ହୋଇ ପାରିବ ସେ ଉପରେ ଆଲୋଚନା ହୋଇ ଥିଲା।ଆଗାମୀ ନିର୍ବାଚନ ରେ ଜିଲ୍ଲାର ଦୁଇଟି ଯାକ ବିଧାନସଭା ଆସନ ଦାଖଲ କରି ହେବ ସେ ନେଇ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇଥିଲେ। ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଏକତା କୁ ପ୍ରାଧାନ୍ୟ ଦେବା ସହ ସମସ୍ତେ ମିଳିମିଶି କାମ କଲେ ଦୁଇଟି ଯାକ ବିଧାନସଭା ଆସନ ଦାଖଲ କରିବା ସମ୍ଭବ ହୋଇ ପାରିବ ବୋଲି କହିଥିଲେ।ଡକ୍ଟର ତିରୁପତି ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତେ ମିଳିମିଶି କାମ କରିବା ସହ କର୍ମୀ ଙ୍କୁ ତୃଣମୂଳ ସ୍ତରକୁ ଯାଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।