July 26, 2026
ajiro khabar
Share

 

 

୧-ଦୁର୍ଲ୍ଲଭ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ, ଶ୍ରୀକ୍ଷେତ୍ର ପାଲଟିଲା ଜନ ସମୁଦ୍ର।ଆଜି ଅଧର ପଣା।

 

୨-ରାଜ୍ୟବ୍ୟାପୀ ମାଡୁଛି ଥଣ୍ଡା, ଜ୍ବର ଓ କାଶ ରୋଗ। ସବୁ ଜିଲ୍ଲା ଓ ମୁଖ୍ୟ ମେଡିକାଲରେ ରୋଗୀଙ୍କ ଲମ୍ବା ଲାଇନ୍। ପିଲାଠୁ ବୟସ୍କ ସମସ୍ତେ ଖୁଁ ଖୁଁ ଓ ସୁଁ ସାଁ।

 

୩-ଭୁବନେଶ୍ୱର:କମିଲା ଅଣ୍ଡା ଦର,ବଢ଼ିଲା ପାଉଁରୁଟି।୭ଟଙ୍କା.୫୦ପଇସାରେ ମିଳୁଛି ଗୋଟିଏ ଅଣ୍ଡା।

 

୪-ନିଦ୍ରା ଗଲେ ଶ୍ରୀ ହରି,୪ ମାସ ବାରଣ ମାଙ୍ଗଳିକ କାମ। କାର୍ତ୍ତିକ ବଡ଼ ଏକାଦଶୀରେ ଉଠିବେ ଶୟନ ଠାକୁର।

 

୫-ନିଆରା ଛାତ୍ର ଆନ୍ଦୋଳନ, ଜିଦ୍ କଲେ ପଦ ନେଲେ, ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ,ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ।

 

୬-ବାଲେଶ୍ଵର:ସୁନା ଝିଅ ଆଦ୍ୟାଶା ପାଣିଗ୍ରାହୀ,ଏକାଥରକେ ପାଇଲେ ଆଇ ଆଇ ଟି,ଏନ ଆଇ ଟି ,ନିଟ୍,ଆଇଏଟି ଏବଂ ନେଷ୍ଟ୍।

 

୭-ସିଏମ୍ଓରୁ ଫାଇଲ୍ ଗାଏବ ମାମଲା: ବିଦେଶ ଗସ୍ତରେ ପାଣ୍ଡିଆନ, ଗତକାଲି ହେଲେନି ହାଜର। ଫେରିଲେ ତୁରନ୍ତ ତଦନ୍ତରେ ପୋଲିସକୁ ସହଯୋଗ କରିବେ।

 

୮-କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ Gen Zଙ୍କୁ ପ୍ରଶଂସା କଲେ ନବୀନ ପଟ୍ଟନାୟକ।

 

୯-ଗୁଣପୁର:ବ୍ରେକ୍ ଫେଲ୍ ହୋଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ସ୍କୁଟି, ୨ ମୃତ,ଜଣେ ଗୁରୁତର।

 

୧୦-ଦଶହରା ପରେ ସ୍କୁଲ ପିଲାଙ୍କୁ ମିଳିବ ତ୍ରୁଟିମୁକ୍ତ ନୂଆ ବହି, SCERT ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।

 

୧୧-ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷିବ,୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।

 

୧୨-କେନ୍ଦ୍ରାପଡ଼ା:ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ୨୧ ଜଣ ୱାର୍ଡ ସଦସ୍ୟ ଅନାସ୍ଥା ପ୍ରସ୍ତାବ ଆଣିଲେ।

 

୧୩-ବଲାଙ୍ଗୀର:ତୁଷୁରା ପୁଲିସକୁ ବଡ଼ ସଫଳତା ; ୬ କ୍ବିଣ୍ଟାଲରୁ ଅଧିକ ପରିମାରଣର ଗଞ୍ଜେଇ ଜବତ।

 

୧୪-ରେଢ଼ାଖୋଲ: ସରକାରୀ ସ୍କୁଲରୁ ମୁହଁ ଫେରାଉଛନ୍ତି ଅଭିଭାବକ,୧୨୩ ସ୍କୁଲରେ ନାମ ଲେଖାଇଛନ୍ତି ୬୮୫ ଛାତ୍ର ଛାତ୍ରୀ।୬ ସ୍କୁଲରେ ନାମ ଲେଖା ଶୂନ।

 

୧୫-୨ୟ ଟି-୨୦ରେ ଜିମ୍ବାଓ୍ଵେକୁ ଶୋଚନୀୟ ଭାବେ ହରାଇଲା ଭାରତ,୨୦୨୬ରେ ଟିମର ତୃତୀୟ ବଡ଼ ବିଜୟ।

 

୧୬-ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି।ସିଜେପିଙ୍କ ଦ୍ୱାରା ଦିଆଯାଇଥିବା ପାଞ୍ଚଟି ପରାମର୍ଶକୁ ସରକାର ବିଚାର କରିବେ।

 

୧୭-ଆଦେଶ ନୁହେଁ,ସ୍ନେହ ମାଧ୍ୟମରେ ପିଲାଙ୍କୁ ବୁଝାଅ : ଯୁବପିଢ଼ିଙ୍କ ଉପରେ ମୋହନ ଭାଗବତଙ୍କ ମନ୍ତବ୍ୟ।

 

୧୮-ନୂଆ ଦିଲ୍ଲୀ:ଋଣ ଜନ୍ତାରେ ଭାରତୀୟ ପରିବାର,EMI ଖାଉଛି ୬୦% ଆୟ।

 

୧୯-ବରିଷ୍ଠ ଅଭିନେତ୍ରୀ ଶବନା ଆଜମୀ ଅସୁସ୍ଥ, H1N1ରେ ଆକ୍ରାନ୍ତ,ନିଜକୁ ସଂଘରୋଧରେ ରଖିଛନ୍ତି।

 

୨୦-ସିଜେପି ଆନ୍ଦୋଳନରେ ଦିଲ୍ଲୀ ପୋଲିସର ଦାବି, ୪୦୦ ନକଲି ଆକାଉଣ୍ଟ, ପାକିସ୍ତାନରୁ ହେଉଛି ପରିଚାଳିତ।

 

୨୧-ଥମିଲା ଆନ୍ଦୋଳନ, ସ୍ବାଭାବିକ ହେଲା ଦିଲ୍ଲୀ, ମେଟ୍ରୋ ଖୋଲିଲା, ଇଣ୍ଟରନେଟ ଚାଲିଲା।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏