April 27, 2026

ଶ୍ରମମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ବିକ୍ଷୋଭ , କୁଶପୁତ୍ତଳିକା ଦାହ

IMG-20230416-WA0004
Share

ବୁଗୁଡ଼ା : ତା ୧୫/୦୪/୨୩ : ଓଡିଶା ସରକାରଙ୍କ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କ ସଙ୍ଗୀନ ଅଭିଯୋଗ କ୍ରମେ ରାଜ୍ଯ ରାଜନୀତି ଚଳ ଚଞ୍ଚଳ ହୋଇ ଉଠିଥିବା ବେଳେ ବୁଗୁଡ଼ାରେ ବିଜେପି ପକ୍ଷରୁ ଶ୍ରମମନ୍ତ୍ରୀଙ୍କ ବହିଷ୍କାର ଦାବି କରି ବିକ୍ଷୋଭ ପ୍ରଦର୍ଶନ ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ଆଜି ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲିକଙ୍କ ନେତୃତ୍ତ୍ଵରେ ବିଜେପିର କର୍ମକର୍ତ୍ତା ଓ କର୍ମୀମାନେ ସ୍ଥାନୀୟ ବିଜେପି କାର୍ଯାଳୟରୁ ଏକ ଶୋଭାଯାତ୍ରାରେ ବାହାରି ହାଇସ୍କୁଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଶ୍ରମମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏଥି ସହ ବୁଗୁଡ଼ା ଥାନାରେ ଶ୍ରମମନ୍ତ୍ରୀଙ୍କ ବିରୁଦ୍ଧରେ ଏକ ଏତଲା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାନେତ୍ରୀ ଅନୀତା ପ୍ରିୟଦର୍ଶିନୀ , ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପଭାକର ପଣ୍ଡା , ଦୀପକ ପ୍ରଧାନ , ବିନାୟକ ତ୍ରିପାଠୀ , ହର ପ୍ରସାଦ ଦାଶ , ପ୍ରକାଶ ମହାରଥାଙ୍କ ସମେତ ଅନ୍ଯାନ୍ଯ କର୍ମକର୍ତ୍ତା ଏବଂ ଶତାଧିକ କର୍ମୀ ସାମିଲ୍ ରହିଥିଲେ ।