ଅଢଙ୍ଗା ଜଗନ୍ନାଥ ମନ୍ଦିର ରେ ବିଷ୍ଣୁମଖ ଯଜ୍ଞ ଉଦଯାପିତ
ତିର୍ତ୍ତୋଲ ତା 25/7/2026 ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ ଅନ୍ତର୍ଗତ ପଟିଲୋ ପଞ୍ଚାୟତ ଅନ୍ତର୍ଗତ ଅଢ଼ଙ୍ଗା (ମହିଳୋ ) ସ୍ଥିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିରପ୍ରତିଷ୍ଠା ର ବାର୍ଷିକଉତ୍ସବ ପାଳନ ଉପଲକ୍ଷେ, ମନ୍ଦିରପ୍ରାଙ୍ଗଣରେ ବିଷ୍ଣୁମଖ ଯଜ୍ଞ ଗତ ଶନିବାରଦିନ ବିଳମ୍ବିତ ରାତ୍ରୀ ରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଏହି ଉପଲକ୍ଷେ ଦୀର୍ଘ ଦୁଇଦିନଧରି ଘଟସ୍ଥାପନ, ବୈଦିକଋତିନୀତି ରେ ଶ୍ରୀ ଜୀଉ ଙ୍କର ପୂଜାର୍ଚ୍ଚନା, ବିଶ୍ୱକଲ୍ୟାଣ ନିମନ୍ତେ ଯଜ୍ଞରେ ଆହୁତି ପ୍ରଦାନ, ମହାମନ୍ତ୍ରନାମ, ଭଜନସଂକୀର୍ତ୍ତନ, ସାଧୁ -ସନ୍ଥ -ମହାତ୍ମା ମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ ଆଦି ଯଥାଵିଧି ଅନୁଷ୍ଠିତ ହୋଇଥିଲା l ମାଳିକାବିଶାରଦ ଓ ଜଗନ୍ନାଥ ସଂସ୍କୃତି ର ପ୍ରଚାରକ ବାବା ଦିବାକର ଦାସ ମହାରାଜ ଉଦଘାଟନୀ ସନ୍ଧ୍ୟାରେ ବିଭିନ୍ନ ପୁରାଣ ଶାସ୍ତ୍ର, ଲୋକକଥା ଓ ପ୍ରାଚୀନ କାବ୍ୟକବିତା ର ଉକ୍ତିଉଦ୍ଧାର କରି ଦିବ୍ୟପ୍ରବଚନ ଦେଇ ସମବେତ ଶ୍ରଦ୍ଧାଳୁଭକ୍ତ ଓ ଭଗବତପ୍ରେମୀ ମାନଙ୍କୁ ମନ୍ତ୍ରମୁଗଗ୍ଧ କରିଦେଇଥିଲେ l ଉଦଯାପନ ସନ୍ଧ୍ୟାରେ ପଦ୍ମଶ୍ରୀ ବାବା ବଳିଆ ଙ୍କ ସେବକ କୁନିପ୍ରବକ୍ତା ଗୋପାଳ ଦାସ, ଯୁବସମାଜ ଓ ଛାତ୍ରସମାଜର ନୈତିକ ଓ ଆଧ୍ୟାତ୍ମିକତା ବିକାଶ ନିମନ୍ତେ ବହୁଉପାଦେୟ କଥାବସ୍ତୁ ର ଉପସ୍ଥାପନ କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ ଦାସ ଯୋଗଦେଇଥିବା ବେଳେ, ଏହି ସମସ୍ତ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମନ୍ଦିର ପରିଚାଳନା କମିଟି ର କର୍ମକର୍ତ୍ତା ଜଟାଧାରୀ ସ୍ୱାଇଁ, ନୃସିଂହ ପରିଡା, ରଞ୍ଜନ ନାୟକ, ସୁଶାନ୍ତ ସ୍ୱାଇଁ, ସମୀର ପରିଡା, ବିଷ୍ଣୁ ମହାରଣା ଓ କ୍ଷୀରୋଦ କୁମାର ମହାନ୍ତି ଙ୍କ ସମେତ ସମସ୍ତଗ୍ରାମବାସୀ ମାନେ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା l ତେବେ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
