November 16, 2024

ବେବି ଅଲିଭ ରିଡଲେ ଖୋଜୁଛନ୍ତି ଘର ଠିକଣା 

Share

ବେବି ଅଲିଭ ରିଡଲେ ଖୋଜୁଛନ୍ତି ଘର ଠିକଣା

————————————–

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବେବି ଅଲିଭ ରିଡଲେ ଗୁଡିକ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ କରି ସମୁଦ୍ର ନୀଳ ଜଳ ରାଶି ମଧ୍ୟରେ ପ୍ରବେଶ ଉଦ୍ୟମ କରୁଥିବା ଲକ୍ଷ କରାଯାଇଛି l ଦୁଇଦିନ ହେଲା ରାତ୍ର ସମୟରେ ଗଞ୍ଜାମ ବ୍ଲକ ର ପୁରୁଣା ପୋଡ଼ାମପେଟା ଗ୍ରାମ ନିକଟସ୍ଥ ବେଳାଭୂମିର ବାଲୁକା ରାଶି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ପରେ ବେଳା ଭୂମିକୁ ଉଠି ଆସି ସମୁଦ୍ର ଅଭିମୁଖେ ଯିବା ସହ ନୁଆଁ ଠିକଣା ପାଉଥିବା ଦେଖିବାକୁ ମିଳିଛି l ଉକ୍ତ ପ୍ରକ୍ରିୟା ରାତ୍ର ର ଥଣ୍ଡା ପରିବେଷରେ ଆରମ୍ଭ ହୋଇ ସକାଳ ସୁ୍ଯ୍ୟୋଦୟ ପର୍ଯ୍ୟନ୍ତ ଚାଲୁଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି l ଛୁଆ ଫୁଟିବା ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ପରିବେଶବିତ ଓ ବନବିଭାଗ ଏପରିକି ବିଭିନ୍ନ ମହଲରେ ଖୁସିର ଲହରି ଖେଳିଯାଇଛି l ବ୍ରହ୍ମପୁର ଡ଼ିଏଫଓ ଶନି ଖେଖର ଙ୍କ ନିର୍ଦ୍ଧେଶକ୍ରମେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବନ ବିଭାଗ କର୍ମଚାରୀ ଙ୍କ ଦ୍ୱାରା ସାମୁଦ୍ରିକ କଇଁଚ ଛୁଆ ଗୁଡିକର ସୁରକ୍ଷା ବ୍ୟବସ୍ଥା କୁ କଡାକଡ଼ି କରାଯାଇଛି l ବେବି ଅଲିଭ ରିଡଲେ ଗୁଡିକ ଗୋଟାକ ପରେ ଗୋଟିଏ ବାଲୁକା ଶଯ୍ୟାରୁ ବାହାରିବା ପରେ ସମୁଦ୍ର ଲହରି ର ଶବ୍ଧ ଓ ତେଜସ୍କିୟ ରଶ୍ମି ସେମାନଙ୍କୁ ସମୁଦ୍ର ଆଡକୁ ଆକର୍ଷିତ କରୁଥିବା ସମୁଦ୍ର ବିଜ୍ଞାନୀ ଓ ପରିବେଶବିତ କହିଥାନ୍ତି l ବେଳାଭୂମିରେ ଗଣ ଅଣ୍ଡାଦାନ ପୂର୍ବରୁ କିଛିଦିନ ମଧ୍ୟରେ ପ୍ରତି ରାତ୍ରରେ ସାମୁଦ୍ରିକ କଇଁଚ ଗୁଡିକ ଅଣ୍ଡାଦାନ କରିଥିଲେ l ସେହି ସ୍ଥାନରୁ ବର୍ତ୍ତମାନ ଛୁଆ ବାହାରୁଥିବା ବେଳେ ଆଗାମୀଦିନରେ ବହୁ ସଂଖ୍ୟାରେ ବେଳାଭୂମିରେ ଛୁଆ ଫୁଟିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l

ସୂଚନା ଥାଉକି ଚଳିତ ବର୍ଷ ଋଷିକୁଲ୍ୟା ସମୁଦ୍ର ବେଳାଭୂମିରେ 6ଲକ୍ଷ 37 ହଜାର 8 ଗୋଟି ମା ଅଲିଭ ରିଡଲେ ରେକର୍ଡ ସଂଖ୍ୟକ ଗଣଅଣ୍ଡାଦାନ ହୋଇଥିବା ବନ ବିଭାଗ ନିକଟରେ ରେକର୍ଡ ରହିଛି l