April 29, 2025

ସେନା କର୍ମଚାରୀଙ୍କ ବିୟୋଗରେ ସାମରିକ ଅଭିବାଦନ ଜଣାଇଲେ ଖୋର୍ଦ୍ଧା ବିଏସଏଫ                                        

Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ବୋଲଗଡ ବ୍ଲକ କବିତୀର୍ଥ ସାନପଦର ଗ୍ରାମରେ ଜଣେ କାର୍ଯ୍ୟରତ ସୈନିକଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଛି। ମୃତକ ଜଣଙ୍କ ସେହି ଗ୍ରାମର ନୃସିଂହ ଚରଣ ସ୍ୱାଇଁଙ୍କ ପୁଅ ପବିତ୍ର ମୋହନ ଶ୍ରୀଚନ୍ଦନ(୫୪) ବର୍ଷ ସେ ୧୯୯୦ ମସିହାରେ ବିଏସଏଫ୍ ଯୋଗଦେଇ ଦେଇଥିଲେ। ସୂଚନା ଅନୁଯାଇ ସେ ଛୁଟି ଆଣି ଘରେ ରହିଥିଲେ l କିନ୍ତୁ ଆଜି ତାଙ୍କ ଛୁଟିର ଶେଷ ଦିନ ଥିଲା କିନ୍ତୁ ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି। ସକାଳୁ ତାଙ୍କର ହୃଦଘାତ ହୋଇଥଲା। ପରିବାର ବର୍ଗ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାର ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇଁ ଓଡ଼ିଶା ଅବସ୍ଥିତ ଖୋର୍ଦ୍ଧା ୦୨ ବିଏନ ବିଏସଏଫ୍ ବାଟାଲିୟନ ପକ୍ଷରୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମର ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶବ ବ୍ୟବଚ୍ଛେଦ ପରେ ନିଜ ଜନ୍ମଭୂମି ଆଣିଥିଲେ। ସ୍ବର୍ଗତ ସୈନିକଙ୍କ ଗ୍ରାମ ମଧ୍ୟ ଭାଗରେ ପ୍ରାଥିବ ଶରୀର ଉପରେ ପୁଷ୍ପ ପ୍ରଦାନ ପୂର୍ବକ ଜାତୀୟ ପତାକାରେ ଘୋଡାଇ ସାଥି ଯବାନ ମାନେ ଗ୍ରାମ ପରିକ୍ରମା କରି ଶ୍ମଶାନ ଯାଏଁ କାନ୍ଧରେ ବୋହି ନେଇଥିଲେ। ଜୁଇ ନିକଟରେ ପୁଣି ଥରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ୍ କରାଯାଇ ତୋପସଲାମୀରେ ଗାଡ଼ ଅଫ ଅନର୍ ଦିଆଯାଇଥିଲା। ଘଟଣା ପ୍ରଚାରିତ ହେବା ପରେ ବିଭିନ୍ନ ବର୍ଗର ରାଜନେତାଙ୍କ ସହ ହଜାର ହଜାର ଲୋକଙ୍କ ଗହଳି ଲାଗି ରହିଥିଲା। ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ସମିତିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ଗୋପାଳପୁର ସରପଞ୍ଚ ପ୍ରଦୀପ ବାରିକ, ସମାଜସେବୀ ଅର୍ଜୁନ ପଟ୍ଟନାୟକ, ଶିକ୍ଷକ ବିଜୟ କୁମାର ସାହୁ, ଶିକ୍ଷକ ଶ୍ରୀକାନ୍ତ କୁମାର ନାୟକ , ପୂର୍ବତନ ସମିତିସଭ୍ୟ ସୁରେଶ କୁମାର ସାମନ୍ତସିଂହାର, ଅଜୟ ମଙ୍ଗରାଜଙ୍କ ସମେତ ଗ୍ରାମବାସୀ ଏବଂ ଆଖପାଖ ଅଞ୍ଚଳରୁ ଅନେକ ଲୋକଙ୍କ ସମାଗମ ହୋଇଥିଲା l ପୁତ୍ର ସୋନୁ ଶ୍ରୀଚନ୍ଦନଙ୍କ ଦ୍ଵାରା ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି।

You may have missed