November 16, 2024

ଗଞ୍ଜାମ ତହସିଲ ପ୍ରଶାସନ ପକ୍ଷରୁ 285 ହିତାଧିକାରୀ ଙ୍କୁ ଗ୍ରାମ କଣ୍ଟକ ପଟା ବଣ୍ଟନ

Share

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଛତ୍ରପୁର ସବ ଡିଭିଜନରେ ଗ୍ରାମ କଣ୍ଟକ ପଟ୍ଟା ପ୍ରଦାନରେ ଗଞ୍ଜାମ ତହସିଲ ଏକ ନମ୍ବର ବୋଲି ମଙ୍ଗଳବାର ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ସୂଚନା ଦେଇଛନ୍ତି l ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ପ୍ରାଙ୍ଗଣରେ ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ଏକ ରାଜସ୍ୱ ରଥ ଗ୍ରାମ କଣ୍ଟକ ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସ୍ଥାନୀୟ ତହସିଲଦାର ଅରୁଣ କୁମାର ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ,ଏନଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକି, ବିଡିଓ ଜସ୍ମିନ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ l ଏହି ଅବସରରେ ବ୍ଲକ ଓ ଏନଏସିର ପ୍ରାୟ 285 ହିତାଧାରୀ ଙ୍କୁ ଗ୍ରାମ କଣ୍ଟକ ପଟ୍ଟା ପ୍ରଦାନ କରାଯାଇଥିଲା l ସାଢେ ଚାରିକୋଟି ଓଡିଶା ବାସୀଙ୍କ
ଶୁଖ ଦୁଃଖରେ ସାଥି ହୋଇ ଆସୁଥିବା ନବୀନ ବାବୁ ସବୁବେଳେ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଥିବା ଏବଂ ତାଙ୍କର ନିର୍ଦ୍ଧେଶରେ ଏହି ଗ୍ରାମ କଣ୍ଟକ ପଟା ପ୍ରଦାନ କରାଯାଉଥିବା ସାଂସଦ ଓ ବିଧାୟକ ମତ ବ୍ୟକ୍ତ କରିଥିଲେ l ତହସିଲଦାର ନାୟକ ଲୋକଙ୍କ ଘରକୁ ଯାଇ ରାଜସ୍ବ ରଥ ମାଧ୍ୟମରେ ପଟ୍ଟା ବଣ୍ଟନକୁ ସଂସଦ, ବିଧାୟକ ଏବଂ ଉପଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିଥିଲେ l ବିଜେଡି ନେତୃବୃନ୍ଦ,ବିଭିନ୍ନ ୱାର୍ଡ କାଉନସିଲର, ପଂଚାୟତ ପ୍ରତିନିଧି ମାନେ ଉପସ୍ଥିତ ରହିଥିବା ବେଳେ ତହସିଲ କର୍ମଚାରୀ ଓ ବିଭିନ୍ନ ଅଂଚଳର ଆର ଆଇ ମାନେ ଉପସ୍ଥିତ ରହି ପଟା ବଣ୍ଟନ ରେ ସହଯୋଗ କରିଥିଲେ l ଯେଉଁ ମାନଙ୍କ ପଟ୍ଟା ହୋଇନି କିମ୍ବା ପଟ୍ଟା ଆସିନାହିଁ ସେମାନେ ତହସିଲ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ତହସିଲଦାର ଅରୁଣ କୁମାର ନାୟକ ସୂଚନା ଦେଇଥିଲେ l