May 10, 2026

ପେହେଲଗାଁଓ ଘଟଣା କୁ ନେଇ ଅଭିନବ ଢ଼ଙ୍ଗରେ ଆକ୍ରୋଶ ଜଣାଇଲେ ବିଜେପି କର୍ମି

IMG-20250425-WA0092
Share

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ବିଜେପି ର ସମଲେଶ୍ଵରୀ ମଣ୍ଡଳ ପକ୍ଷରୁ ସ୍ଥାନୀୟ କ୍ଷେତରାଜପୁର ଠାରେ ପେହେଲଗାଁଓ ଘଟଣା କୁ ନେଇ ଅଭିନବ ଢ଼ଙ୍ଗରେ ଆକ୍ରୋଶ ଜଣାଇଲେ ବିଜେପି କର୍ମି।ପହେଲଗାମ ଆକ୍ରମଣ ପ୍ରତିବାଦରେ ସମଲେଶ୍ୱରୀ ମଣ୍ଡଳଙ୍କ ଦ୍ୱାରା ମୃତାହତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ପାକିସ୍ତାନ ବିରୋଧରେ ଜୋରଦାର ପ୍ରତିବାଦ ଜଣାଇଥିଲେ।

 

ଏହି କାର୍ଯ୍ୟକ୍ରମରେ ୨ ମିନିଟ୍ ମୌନ ବ୍ରତ ଧାରଣ କରି ଦିବଂଗତ ଆତ୍ମାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଭୟାବହ ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀମାନେ ଧର୍ମ ପଚାରି ହିନ୍ଦୁ ଭକ୍ତମାନଙ୍କୁ ଗୁଳି ମାରି ନିର୍ମମ ହତ୍ୟା ଘଟଣାକୁ ତୀବ୍ର ସମାଲୋଚନା କରାଯାଇଥିଲା।ଭାରତବାସୀ ପାଇଁ ଏହା ଏକ ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ଘଟଣା ଅଟେ ବୋଲି ପ୍ରତିବାଦ ସଭାରେ କର୍ମୀ ମାନେ ବିଷୋଦଗାର କରିଥିଲେ।

 

ଭାରତବାସୀମାନେ ଆତଙ୍କବାଦ ଓ ତାହାର ସମର୍ଥକଙ୍କ ବିରୋଧରେ ଏକତ୍ରିତ ରହିଛନ୍ତି ଏହାର ପ୍ରମାଣ ସ୍ୱରୂପ ପାକିସ୍ଥାନ ଓ ଆତଙ୍କବାଦ ବିରୋଧ ରେ ସ୍ଲୋଗାନ ଦେଇ ପାକିସ୍ଥାନ ଝଣ୍ଡା କୁ ରାସ୍ତା ରେ ପକାଇ ତା ଉପରେ ଚାଲିଲେ, ଗୋଇଠା ମାରିଲେ, ଛେପ ପକାଇଲେ।

 

ଏହି କାର୍ଯ୍ୟକ୍ରମରେ ଭାଜପା ମଣ୍ଡଳ ଅଧ୍ୟକ୍ଷ ରିକି ବେହେରା, ମାରୱାଡ଼ୀ ଯୁବ ମଞ୍ଚର ପରାଗ ଅଗ୍ରୱାଲ, ପବନ କର, ରାହୁଲ ମୋଦକ, ମାନସ ରଞ୍ଜନ ବକ୍ସି,ମୁକେଶ ପ୍ରଧାନ, ବଣ୍ଟି, ନେତରାମ ମେହେର, ତେଜରାମ ଭୋଇ, ବନମାଳୀ ନାଗ, କୈଳାଶ ପରିଡ଼ା, ଗୌରଙ୍ଗ ପଣ୍ଡା, ସୋନୁ ରଜକ,ଗଗନ ଯାଦବ, ମଧୁ ସୁନା, କିଶୋର ନାଏକ, ଆଶିଷ ସାମଲ ପ୍ରମୁଖ

ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଏବଂ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସମଲେଶ୍ୱରୀ ମଣ୍ଡଳର ଅନେକ କାର୍ଯ୍ୟକର୍ତ୍ତା ଏଥିରେ ଭାଗ ନେଇଥିଲେ।

 

ସମସ୍ତଙ୍କ ଦ୍ୱାରା ଏକ ସ୍ୱରରେ ଆତଙ୍କବାଦ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଭାରତ ସରକାରଙ୍କ ନିକଟରେ ଦାବି କରାଯାଇଥିଲା।