May 10, 2026

ସୂଚନା ଓ ଲୋକସମ୍ପର୍କ ବିଭାଗ ନବ ନିଯୁକ୍ତ ନିର୍ଦ୍ଦେଶକଙ୍କୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଘର ସ୍ଵାଗତ ସମ୍ବର୍ଦ୍ଧନା..

IMG-20250424-WA0135
Share

 

 

ଭୁବନେଶ୍ଵର(ପ୍ରିୟଙ୍କା ମହାପାତ୍ର)

ଓଡ଼ିଶା ରାଜ୍ଯ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗରେ ଜଣେ ବିଶିଷ୍ଟ ସଂସ୍କୃତି ସମ୍ପନ୍ନ ବ୍ଯକ୍ତିତ୍ବ ଦେବ ପ୍ରସାଦ ଦାଶ ନିଯୁକ୍ତ ହୋଇଥିବା ପରିପ୍ରେକ୍ଷୀରେ ଓଡିଶା ରାଜ୍ଯ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନ ପକ୍ଷରୁ ଏକ ପ୍ରତିନିଧି ଦଳ ବିଭାଗର ରାଜ୍ଯ କାର୍ଯାଳୟ ଠାରେ ସାକ୍ଷାତ କରି ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ।ଆଲୋଚନା ସମୟରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡିକର ଦୀର୍ଘ ଦିନ ଧରି ଅସମାହିତ ହୋଇ ରହିଥିବା ବିଭିନ୍ନ ସମସ୍ଯା ଗୁଡିକ ନିର୍ଦ୍ଦେଶକଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା ଏବଂ ସମସ୍ଯା ଗୁଡ଼ିକର ସମାଧାନ ପାଇଁ ଅନୁରୋଧ କରାଯାଇଥିଲା।ସମ୍ବର୍ଦ୍ଧନା ଉତ୍ତର ରେ ନିର୍ଦ୍ଦେଶକ ଶ୍ରୀଦାଶ ସକରାତ୍ମକ ଟିପ୍ପଣୀ ଦେବାସହ ରାଜ୍ଯ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇ ଥିଲେ।

ଏହି ପ୍ରତିନିଧି ଦଳରେ ସଂଗଠନର ଅଧ୍ୟକ୍ଷ ରବି ରଥ,କାର୍ଯ୍ଯକାରୀ ସଭାପତି ଡାକ୍ତର ଜୀବନାନନ୍ଦ ଦୀକ୍ଷିତ,ସାଧାରଣ ସମ୍ପାଦକ ଜ୍ଯୋତି ରଞ୍ଜନ ମହାପାତ୍ର,ଉପସଭାପତି ରମାକାନ୍ତ ପରିଜା,ସଂଗଠନ ସମ୍ପାଦକ ସ୍ବଦେଶ ଚନ୍ଦ୍ର ଦାଶ,କାର୍ଯ୍ଯକାରୀ କମିଟୀ ସଦସ୍ଯ ମନୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।