April 22, 2025

ଅଧପନ୍ତରିଆ ରାସ୍ତା କାର୍ଯ୍ୟ କରି ଠିକାଦାର ସମ୍ପୂର୍ଣ୍ଣ କାର୍ଯ୍ୟର ପାଉଣା ନେବାରେ ବିଫଳ ହେବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ —-

Share

 

ମୋହନା – ଗଜପତି ଜିଲ୍ଲା ମୋହନା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ କିଛି ଦିନ ପୂର୍ବେ ଜୈନେକ ଠିକାଦାର ସ୍ଵତନ୍ତ୍ର ମରାମତି (ଦ୍ୱିତୀୟ) ଅନୁଦାନ ରେ ଅନ୍ତରବା ଠାରୁ ଲୁଡ୍ରୁଜୁ ରାସ୍ତା କାର୍ଯ୍ୟ ୯,୯୦,୯୨୭ ଟଙ୍କା ରେ ହେବାକୁ ଥିବା ବେଳେ ଠିକାଦାର ତାଙ୍କ ଟେଣ୍ଡର ପକ୍ରିୟାନିୟମ ଅନୁଯାୟୀ ୮.୪୩ ଲକ୍ଷ ରେ କରିବା ନିମନ୍ତେ ଚୁକ୍ତି ସ୍ଵାକ୍ଷରିତ କରିଥିଲେ। ସେଥି ମଧ୍ୟରୁ ଠିକାଦାର ୫.୮୧ଲକ୍ଷ ଟଙ୍କାର କାର୍ଯ୍ୟ କରି କାର୍ଯ୍ୟାଳୟରୁ ଅର୍ଥ ପାଇସାରିଥିବା ଜଣାପଡିଛି। ଠିକାଦାର ବଳକା କାର୍ଯ୍ୟ ଶେଷ ନ କରି ବିଭାଗୀୟ ଅଧିକାରୀ ଙ୍କ ଉପରେ ସଂପୂର୍ଣ୍ଣ କାର୍ଯ୍ୟ ର ଅର୍ଥ ବିଲ୍ ଆକାରରେ ନେବାକୁ ବାରମ୍ବାର ଚାପ ପ୍ରୟୋଗ କରି ବିଫଳ ହେବାରୁ ଠିକାଦାର କୌଣସି ଉପାୟ ନପାଇ ଅଧିକାରୀ ଲାଞ୍ଚ ମାଗୁଥିବା ଅଭିଯୋଗ ଆଣୁଥିବାରୁ ଏହାକୁ ଖଣ୍ଡନ କରିଛନ୍ତି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଇଂ. ଉମାଶଙ୍କର ମଲ୍ଲିକ।

You may have missed