May 10, 2026

ସାରଦା ଏକାଡେମୀ ୧୯୬୮ ରୁ ୭୪ ବ୍ୟାଚ ର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ।

IMG-20250416-WA0001
Share

 

ଝଙ୍କଡ଼ ତା ୧୩/୦୪/୨୦୨୫

 

ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ସ୍ଥିତ ସାରଦା ଏକାଡେମୀ କନକପୁର ର ୧୯୬୮ ରୁ ୧୯୭୪ ମସିହା ବ୍ୟାଚ, ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଗତ ରବିବାର ଦିନ ସନ୍ଧ୍ୟାରେ ଶ୍ରୀ ସିଦ୍ଧି ଗେଷ୍ଟ ହାଉସ ରେ ଅନୁଷ୍ଠିତ ହୋଇଯାଇଛି । ଡଃ ଅମରେନ୍ଦ୍ର ଦାସ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ଏକ ସ୍ମରଣିକା ପ୍ରକାଶ ପାଇବ ବୋଲି ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ସାରଦା ଏକାଡେମୀ ରେ ଏହି ସାତବର୍ଷ ଧରି ପାଠ ପଢିଥିବା ସମସ୍ତ ପ୍ରାକ୍ତନ ଛାତ୍ର ଛାତ୍ରୀ ମାନଙ୍କୁ ଏହି ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ କରାଯିବା ସହିତ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ଆୟୋଜନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଏହି ଅବସରରେ ପୁରାତନ ଛାତ୍ର ମାନଙ୍କ ମଧ୍ୟରୁ ଅତି ଅସୁବିଧା ରେ ଜୀବନ ଅତିବାହିତ କରୁଥିବା ସହପାଠୀ ରାଜୀବ ବିଶ୍ବାଳ ଙ୍କୁ ସଭାପତି ଡଃ ଦାସ ୧୦ ହଜାର ଟଙ୍କା ଅର୍ଥ ରାଶି ସହିତ କିଛି ଅଙ୍ଗବସ୍ତ୍ର ପ୍ରଦାନ କରିଥିବା ବେଳେ, ଅନ୍ୟଜଣେ ସହପାଠୀ ଜଗନ୍ନାଥ ମୁଦୁଲି ମଧ୍ୟ ତାଙ୍କୁ ଏକହଜାର ଟଙ୍କା ର ଅର୍ଥରାଶି ପ୍ରଦାନ କରିଥିଲେ । ବିଜୟ କୁମାର ନାୟକ ଙ୍କ ଆହ୍ଵାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଗୁରୁଚରଣ ବ୍ରହ୍ମ , ନୃସିଂହ ଚରଣ ଲେଙ୍କା , କେଦାର ନାଥ ସ୍ଵାଇଁ , ସୁରେନ୍ଦ୍ର ନାଥ , ବୀରକିଶୋର ନାୟକ, ଶିଶିର କୁମାର ସିଂହ , ବୁଲେଇ ଭୋଇ , ହେମନ୍ତ ସାହୁ , ଟହଲି ଦାସ , ରବିନାରାୟଣ ଚୌଧୁରୀ , ନିର୍ମଳ ମହାନ୍ତି ଓ କ୍ଷୀରୋଦ କୁମାର ରାଉଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ବୈଠକରେ କେଉଁ କେଉଁ ଅତିଥି ମାନଙ୍କୁ ଡକାଯିବ ସେ ସମ୍ପର୍କରେ ଆଲୋଚନା କରାଯିବ ବୋଲି , କର୍ମକର୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି ।

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।