April 19, 2025

ରାଜ୍ୟ ସ୍ତରରେ ବାଲେଶ୍ୱର ଜିଲ୍ଲାର ଉତ୍ତମ ଟ୍ୱିଟର ମ୍ୟାନ୍ ଭାବେ ସମ୍ବର୍ଦ୍ଧିତ ହେଲେ ମୁକେଶ..

Share

 

ବାଲେଶ୍ବର ( ଦେବାଶିଷ ଦାଶ )

ଟ୍ୱିଟର ମ୍ୟାନ୍ ମୁକେଶ ଦଳାଇ (୨୨) ଟ୍ୱିଟର ବା ‘X’ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରୁଥିବାରୁ ମୁକେଶଙ୍କୁ ନିକଟରେ ବାଲେଶ୍ୱର ଜିଲ୍ଲାର ଉତ୍ତମ ଟ୍ୱିଟର ମ୍ୟାନ୍ ଭାବେ ସମ୍ବର୍ଦ୍ଧନା ଦିଆଯାଇଛି!ପୁରୀ ସଂସ୍କୃତି ଭବନ ଠାରେ ଆୟୋଜିତ ଆଟା'(ଟ୍ୱିଟର ଆସୋସିଏସନ୍ ଆକ୍ଟିଭିଷ୍ଟ) ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁକେଶଙ୍କୁ ସମ୍ବଦ୍ଧିତ କରାଯାଇଛି। ମୁକେଶ ଏହି ଆସୋସିଏସନ୍‌ରେ ବାଲେଶ୍ବର ଜିଲ୍ଲା ଜୋଡିନେଟର ଭାବେ କାମ କରୁଛନ୍ତି। ଲୋକଙ୍କ ସମସ୍ୟା ଦେଖି ପ୍ରତିଦିନ ମୁକେଶ ଟ୍ୱିଟର ମାଧ୍ୟମରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମସ୍ୟା ଗୁଡ଼ିକ ସମାଧାନ କରିଆସୁଛନ୍ତି।୪ ବର୍ଷ ଭିତରେ ସେ ୨ -୩ ହଜାର ରୁ ଅଧିକ ସମସ୍ୟାର ସମାଧାନ କରିଥିବା ଜଣାପଡ଼ିଛି।

ଟିମ୍ ଆଟାର କର୍ମକର୍ତ୍ତା ସାରା ରାଜ୍ୟରେ କାମ କରୁଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ମୁକେଶଙ୍କୁ ରଖାଯାଇଛି ଜିଲ୍ଲା ସଭାପତି! ଭୋଗରାଇ ବ୍ଲକ ସୁନାଧରବସାଣ ପଞ୍ଚାୟତ ସୁନାଧରବସାଣ ଗ୍ରାମର ରମେଶ ଦଳାଇ ଓ ପାର୍ବତୀ ଦଳାଇଙ୍କ ପୁଅ ମୁକେଶ ଯୁକ୍ତତିନିରେ ପାଠ ପଢ଼ିବା ସହିତ ଲୋକଙ୍କ ସମସ୍ୟା ବାବଦରେ ପ୍ରତିଦିନ କିଛି ନା କିଛି ଟ୍ୱିଟରରେ ପୋଷ୍ଟ କରିଥାନ୍ତି | ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମୁକେଶ ବାରମ୍ବାର ପୋଷ୍ଟ କରିଥାନ୍ତି ଆଉ ଶେଷରେ ପ୍ରଶାସନ ବାଧ୍ୟ ହୋଇଥାଏ ସମାଧାନ କରିବାକୁ। ଆଜିଯାଏ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରାୟ ୯୭୫୮ ଊର୍ଦ୍ଧ୍ବ ସମସ୍ୟା ଟ୍ୱିଟ୍ କରିଥିବା ବେଳେ ସେଥି ମଧ୍ୟରୁ ୨-୩ ହଜାର ସମସ୍ୟା ସମାଧାନ କରିପାରିଛନ୍ତି। ତାଙ୍କର ଟ୍ୱିଟଟ୍ କାରଣରୁ ଅନେକ ସମସ୍ୟାର ସମାଧାନ ହେଉଥିବାରୁ ସେ ଏବେ ଟ୍ୱିଟର ମ୍ୟାନ୍ ଭାବେ ବେଶ୍ ପରିଚିତ।ଆଜିର ଯୁବପିଢି ଅଧିକାଂଶ ସମୟରେ ନିଜର ମନୋରଞ୍ଜନ ନିମନ୍ତେ ସୋସିଆଲ ମିଡିଆକୁ ବ୍ୟବହାର କରୁଥିବା ବେଳେ ଯୁବ ସମାଜସେବୀ ମୁକେଶ ଏହାକୁ ସମାଜ ସେବା ପାଇଁ ଉପଯୋଗ କରୁଛନ୍ତି।ତାଙ୍କ ଟ୍ୱିଟରରେ ଅନେକ ଦୁଃଖୀ,ଅସହାୟ ଗରିବ ବୃଦ୍ଧା, ଭିନ୍ନ‌କ୍ଷମ, ବିଧବା ଭତ୍ତା, ରାସନ୍,ବ୍ୟାଙ୍କ୍, ରେଳ, ପୋଷ୍ଟାଲ, ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ବିଭାଗ ଓ ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟେଇ ଦେଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ସକାଳ ଖବର କାଗଜ ର ଆସୋସିଏଟ ଏଡ଼ିଟର ସମରେନ୍ଦୁ ଦାସ,ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଉପସ୍ଥିତ ଥିବାବେଳେ ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ମୁକେଶ ଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନ ସମ୍ମାନୀତ କରିଥିଲେ।