May 10, 2026

ଚିଲ ନେଇଗଲା ଶ୍ରୀ ମନ୍ଦିରର ପତିତପାବନ ବାନା

IMG-20250414-WA0074
Share

 

 

ପୁରୀ,(ଦେବାଶିଷ ଦାଶ)

ରବିବାର ପୁରୀର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା ।

ଶ୍ରୀ ମନ୍ଦିର ନୀଳଚକ୍ରରେ ବନ୍ଧା ଯାଇଥିବା ଗୋଟିଏ ପତାକାକୁ ଚିଲଟିଏ ନିଜ ସାଙ୍ଗରେ ଧରି ଆକାଶରେ ଉଡି ଉଡି ଯାଉଥିବାର ଦୃଶ୍ୟ କିଛି ଲୋକଙ୍କୁ ଆମୋଦ ପ୍ରଦାନ କରିଥିବା ବେଳେ ଆଉ କିଛି ଲୋକ ଅଜଣା ଭୟରେ ଆତଙ୍କିତ ହୋଇପଡ଼ିଥିଲେ ।

ଗତ ମାର୍ଚ୍ଚ ୨୯ ତାରିଖରୁ ଶନି ଗ୍ରହ କୁମ୍ଭ ରାଶିରୁ ମୀନ ରାଶିକୁ ଚଳନ କରି ଥିବାରୁ ସମଗ୍ର ମାନବ ଜାତି ଉପରେ ଏହାର ପ୍ରଭାବକୁ ନେଇ ସବୁଆଡେ ସରଗରମ ଆଲୋଚନା ଚାଲିଛି । ନୀଳଚକ୍ରରେ ବନ୍ଧା ଯାଇଥିବା ବାନାଟିକୁ ଚିଲଟି ଖୋଲିଲା କିପରି ଓ ତା ପରେ ସାଙ୍ଗରେ ବାନାକୁ ଧରି ଉଡି ଉଡି ଯିବା ପଛରେ କି ରହସ୍ୟ ରହିଛି ତାହା ଅନେକ ଭକ୍ତଙ୍କୁ ଆନ୍ଦୋଳିତ କରିବାରେ ଲାଗିଛି। ତେବେ ଏଭଳି ଏକ ଘଟଣା ଅତି ସାଧାରଣ ଥିଲା ନା କୌଣସି ଏକ ବଡ଼ ଘଟଣା ଘଟିବା ପୂର୍ବରୁ ଚିଲ ପତାକା ନେଇ ଲୋକ ମାନଙ୍କୁ ସୂଚାଇ ଦେଇଛି ତାହା ହିଁ ଏବେ ସମଗ୍ର ପୁରୀ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।