May 10, 2026

ଭୟଙ୍କର ସଡ଼କ ଦୁର୍ଘଟଣା ଜଣେ ମୃତ ..

hand
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ବାଇକ ରେସିଂ ହେଲା କାଳ, ଭାରସାମ୍ଯ ହରାଇ ରାସ୍ତା ରୁ 20 ଫୁଟ ତଳକୁ ଖସିଲା ବାଇକ, ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ, ରେସିଂ ବାଇକ ଭାଙ୍ଗି ଚୁରମାର, ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ରୂପ୍ସା ନିକଟରେ ହୋଇଛି ଦୁର୍ଘଟଣା,

ଗତକାଲି ବିଳମ୍ବିତ ରାତି ରେ ରେସିଂ ବାଇକ ରେ ବାଲେଶ୍ବର ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ହୋଇଛି ଦୁର୍ଘଟଣା, ମୃତକ ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି, ଆଜି ସକାଳେ ସ୍ଥାନୀୟ ଲୋକ ମୃତ ଦେହ ପଡି ଥିବାର ଦେଖି ପୋଲିସ କୁ ଖବର ଦେଇଥିଲେ, ଘଟଣା ସ୍ଥଳରେ

ରୂପ୍ସା ପୋଲିସ ଏବଂ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।