July 26, 2026

ପ୍ରତାପଗିରିରେ ପଞ୍ଚୁଦଣ୍ଡ ମହାମିଳନ

Screenshot_2023-04-11-18-51-09-104_com.whatsapp
Share

 

ସାନଖେମୁଣ୍ଡି :- ଗଞ୍ଜାମର ଗଣପର୍ବ ରୂପେ ଦଣ୍ଡନାଚ ପ୍ରସିଦ୍ଧି ଲାଭ କରିଅଛି । ଚୈତ୍ର ମାସରେ ଦଣ୍ଡନାଚ ପାଇଁ ଗଞ୍ଜାମର ପଲ୍ଲୀରୁ ସହର ସବୁଠି ଉତ୍ସବମୁଖର ହୋଇଉଠେ । ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ଯାତ୍ରାରେ ଭଗବାନ ଶିବ ଓ ଦେବୀ ରୁଦ୍ରକାଳୀଙ୍କୁ ଏକାଠି ପୂଜା କରାଯାଏ । ମାନସିକଧାରୀ ଦଣ୍ଡୁଆମାନେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଏହି ଯାତ୍ରାରେ ମା’ଙ୍କ ନିକଟରେ ଶରଣାପଣ୍ଣ ହୋଇଥାନ୍ତି l ମାଆ ଙ୍କ ନିକଟରେ ଦୈନିକ ଧୂଳିଦଣ୍ଡ, ପାଣିଦଣ୍ଡ, ବଜ୍ରଦଣ୍ଡ, ଅଗ୍ନିଦଣ୍ଡ ଓ ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପରମ୍ପରା ସଂସ୍କୃତି ସମ୍ପୁର୍ଣ୍ଣ ଗଞ୍ଜାମର ଗଣପର୍ବ ଦଣ୍ଡ ଯାତ୍ରା ପାଇଁ ଗଞ୍ଜାମ ମାଟି ଏବେ ଉଠୁଛି ପଡୁଛି । ଗଞ୍ଜାମ ଜିଲ୍ଲାର ଗାଁ ଗହଳି ଗଳି କନ୍ଦିରେ ଗୁଂଜରିତ ହେଉଛି ଶିବେକାଳୀଙ୍କୁ ଭଜ ହେ ଧ୍ଵନି । ଏହି ଅବସରରେ ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଠାରେ ୧୦/୦୪/୨୦୨୩ ସୋମବାର ଦିନ ମହାସମାରୋହରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଗ୍ରହଣରେ ଅନୁଷ୍ଠିତ ହୋଇଯାଇଅଛି ପଞ୍ଚୁଦଣ୍ଡ ମହୋତ୍ସବ ତଥା ପଞ୍ଚଶମ୍ଭୁ ମହାମିଳନ । ଏହି ମହାମିଳନ କାର୍ଯ୍ୟକ୍ରମରେ ହିଞ୍ଜିଳି ସାନ ପାର୍ଟି, ରାଉଳ ପଲ୍ଲୀ, କୋଳିଦାସ ପୁର, କବିସୂର୍ଯ୍ୟନଗର ମାଝିପାର୍ଟି ଓ ଜାହାଡ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସୋମବାର ଦିନ ସକାଳୁ ପ୍ରତାପଗିରି ଗ୍ରାମବାସୀ ଶିବକାଳୀଙ୍କୁ ନିମନ୍ତ୍ରଣ କରି ଗ୍ରାମକୁ ଆଣିଥିଲେ l ସମସ୍ତ ଦଣ୍ଡୁଆ ଗ୍ରାମ ଭ୍ରମଣ କରି ପ୍ରଥମେ ଧୂଳି ଦଣ୍ଡ ଓ ପାଣି ଦଣ୍ଡ କରିବା ପରେ ଗ୍ରାମ ପଢିଆରେ ମହାମିଳନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ମହାମିଳନ ଦେଖିବା ପାଇଁ ଆଖପାଖର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ମାତୃକୃପା ଲାଭ କରିଥିଲେ । ରାତିରେ ଅନ୍ନ ଭୋଗ ପରେ ଅଗ୍ନି ଦଣ୍ଡ ଓ ପ୍ରଭା ନୃତ୍ୟ ଅନୁଷ୍ଠିତ ହେବା ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପଞ୍ଚ ଶିବକାଳୀଙ୍କ ମହାମିଳନ ଦେଖିବା ପାଇଁ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବି, ବ୍ଲକ ଅଧକ୍ଷ୍ୟ ସିମାଞ୍ଚଳ ପାତ୍ର, ଆର୍ମି କର୍ଣ୍ଣଲ ଡ଼ଃ ଲଷ୍ମୀ ଧର ଭୂୟାଁ, ସମାଜସେବୀ ମଙ୍ଗୁଳୁ ପାତ୍ର, ସଚ୍ଚିନ ପାଢ଼ୀ, ଉଦୟ ନାଥ ପାତ୍ର, ନରସିଂହ ପାତ୍ର, ଚକ୍ରପାଣି ପଣ୍ଡା, ଉମାକାନ୍ତ ପାଢ଼ୀ, ଏସ ଗୋପାଳପୁର ସରପଞ୍ଚ ମଣ୍ଟୁ ପାତ୍ର, ଟୁକୁନା ପାତ୍ର, ପୋଡାମାରି ସରପଞ୍ଚ ସନ୍ତୋଷ ବିଷୋୟୀ, ପଟିଗୁଡା ସରପଞ୍ଚ ସିମାଞ୍ଚଳ ଗୌଡ଼ଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗଦେଇ ମହାମାୟୀଙ୍କ ମହାମିଳନକୁ ଦର୍ଶନ କରିଥିଲେ l ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପାଟପୁର ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ସଭାପତି ଅନନ୍ତ ଜେନା, ଉପସଭାପତି କୁଟି ରାଉତ, ଗ୍ରାମବାସୀ ଓ ଯୁବକ ସମାଜ ଏବଂ କମିଟିବୃନ୍ଦଙ୍କ ମିଳିତ ସହଯୋଗରେ ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମ ଅତି ଶାନ୍ତି ଶୃଙ୍ଖଳାର ସହିତ ସମାପନ୍ନ ହୋଇଅଛି l ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା

You may have missed