August 25, 2026

୫ ଚୋର ଗିରଫ, କାର ଓ ବାଇକ ସହ ଲୁଟ ସାମଗ୍ରୀ ଜବତ

IMG-20230411-WA0020
Share

 

ବୁଗୁଡ଼ା : ତା ୧୧/୦୪/୨୩ : ବୁଗୁଡ଼ା ପୋଲିସ ୫ ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି l ଏହି ଗ୍ୟାଙ୍ଗରେ ଜଣେ ନାବାଳକ ରହିଛି l ସେମାନଙ୍କ ଠାରୁ ଏକ କାର ଓ ବାଇକ ସହ ବିଭିନ୍ନ ଲୁଟ୍ ସାମଗ୍ରୀ ଜବତ ହୋଇଛି l ଗିରଫ ଅଭିଯୁକ୍ତମାନେ ହେଲେ ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଖରିଡା ଗ୍ରାମର ରାକେଶ ବିଷୋୟୀ(୨୨ ), ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆପଲ୍ଲୀ ଆମ୍ବଧର ଗ୍ରାମର ସାଗର ଜେନା(୨୨ ), ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ବିକାଶ ବିଷୋୟୀ (୨୧ ) ଓ ବାଲାଜୀ ବିଷୋୟୀ (୨୨ ) ଏବଂ ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମର ୧୬ ବର୍ଷୀୟ ଜଣେ ନାବାଳକ l ଏମାନେ ଗଞ୍ଜାମ ଓ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି କରୁଥିବା ବେଳେ ବ୍ରହ୍ମପୁର ଲୋଚାପଡା ଅଞ୍ଚଳରେ ଏକ ଭଡା ଘରେ ଚୋରି ସାମଗ୍ରୀ ସବୁ ଗଛିତ ରଖି ବାଲୁଗାଁ ଅଞ୍ଚଳରେ ବିକ୍ରୟ କରୁଥିବା ପୋଲିସ ସୂଚନା ଦେଇଛି l କିଛିଦିନ ତଳେ ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗ୍ରାମର ବଳରାମ ସାହୁଙ୍କ ଘରୁ ଚୋରି ହୋଇଥିଲା l ପୋଲିସ ସିସିଟିଭି ଯାଞ୍ଚ କରିବା ପରେ ଏହି ଗ୍ୟାଙ୍ଗର ସୁରାକ ମିଳିଥିଲା । ବାଲିପଦର ଅଞ୍ଚଳରେ ପେଟ୍ରୋଲିଙ୍ଗ ସମୟରେ ଏମାନଙ୍କୁ କାବୁ କରି ନେଇଥିଲା ଏବଂ ସେମାନଙ୍କ ତଥ୍ୟ ଆଧାରରେ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ଆଡିସନାଲ୍ ଆଇଆଇସି ଶର୍ମିଷ୍ଠା ପ୍ରଧାନ,ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ପ୍ରମୁଖ ବ୍ରହ୍ମପୁର ଲୋଚାପଡା ଅଞ୍ଚଳରେ ଥିବା ଏକ ଘର ଉପରେ ଚଡାଉ କରି ଟିଭି, ୱାସିଙ୍ଗ ମେସିନ, ଗ୍ୟାସ ଚୁଲା ଓ ହାଣ୍ଡି, ଫ୍ୟାନ, ଚାଉଳ ପ୍ୟାକେଟ, ରାସନ ସାମଗ୍ରୀ, ଲୁଗାପଟା, ବାସନ କୁସନ, ସୁନା ଗହଣା ସମେତ ଲୁଟରେ ବ୍ୟବହୃତ ଏକ କାର ଓ ବାଇକକୁ ପୋଲିସ ଜବତ ସୂଚନା ଦେଇଛି l ଏ ନେଇ ୨୩୪/୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି l

You may have missed