ଓଡ଼ିଶାର ପାଲା ଜଗତରେ ଶୋକର ଛାୟା…
ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)ଓଡ଼ିଶାର ବିଦଗ୍ଧ କଳା ପାଲାର ଅପ୍ରତିଦ୍ୱନ୍ଦ୍ୱୀ ବାଦଶାହ, ଗାୟକ ସମ୍ରାଟ ତଥା ଖୋର୍ଦ୍ଧା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଏବଂ ଖୋର୍ଦ୍ଧା ବାଳିକା ଉଚ୍ଚ ବିଦ୍ୟାଳୟର ତତ୍କାଳୀନ ସଂସ୍କୃତ ପଣ୍ଡିତ ଅଭୟ ଚରଣ ସ୍ୱାଇଁଙ୍କ ପରଲୋକରେ ସମଗ୍ର ଓଡ଼ିଶାର କଳା, ସଂସ୍କୃତି ଓ ପାଲା ଜଗତରେ ଶୋକର ଛାୟା ଖେଳିଯାଇଛି।ପାଲା କଳାକୁ ଜନମାନସରେ ଲୋକପ୍ରିୟ କରିବା ସହିତ ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିଥିଲେ। ତାଙ୍କର ସୁମଧୁର କଣ୍ଠ, ଗଭୀର ପାଣ୍ଡିତ୍ୟ ଓ ଅସାଧାରଣ ଉପସ୍ଥାପନା ଶୈଳୀ ପାଇଁ ସେ ସର୍ବତ୍ର ସମ୍ମାନିତ ଥିଲେ।ତାଙ୍କ ବିୟୋଗ ଓଡ଼ିଶାର ପାଲା ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଅବଦାନ ସଦାସର୍ବଦା କଳାପ୍ରେମୀ ଓ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛୁ।
