“ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କର”. “ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର -୨୦୨୬ ..
ସମ୍ବଲପୁର –
ଆଜି ‘ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର’ ଆନୁକୂଲ୍ୟରେ ଆୟୋଜିତ ହେଉଥିବା
‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ ଶିବିରର ପଞ୍ଚଦଶତମ ରବିବାସରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ୨୨ଟି ବିଦ୍ୟାଳୟରୁ ୪୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଆଜି ପ୍ରାରମ୍ଭରେ ପ୍ରାର୍ଥନା ପରେ ଅବସର ପ୍ରାପ୍ତ ଭାଷା- ଶିକ୍ଷକ ଶ୍ରୀ ପଦ୍ମନାଭ ମହାକୁଡ଼ ‘ଚାଲ ନିର୍ଭୁଲ୍ ଇଂଲିଶ୍ କହିବା’
ଶିକ୍ଷା ଦେଇଥିଲେ।
ପ୍ରଥମ ଅଧିବେଶନରେ ‘ଜୀବନ କୌଶଳ ଶିକ୍ଷା’ କାର୍ଯ୍ୟକ୍ରମରେ ‘ଅହିଂସା’ ଶୀର୍ଷକ ଆଲୋଚନା କରି ଡ଼.ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ମୀନକେତନ ପାଠୀ ଅହିଂସା ଆଚରଣ ଦ୍ୱାରା ଶାନ୍ତିପୂର୍ଣ୍ଣ ସହlବସ୍ଥାନ ସମ୍ଭବ ବୋଲି କହିଥିଲେ l
ଦ୍ବିତୀୟ ଅଧିବେଶନରେ ‘ସ୍ବାସ୍ଥ୍ୟ ସଚେତନତା ଶିକ୍ଷା’ କାର୍ଯ୍ୟକ୍ରମରେ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦାନୀ
କକ୍ଷ-ପ୍ରଦୂଷଣ ସମ୍ପର୍କରେ ଆଲୋଚନା କରି ‘ସୁସ୍ଥ ଜୀବନ ପାଇଁ, ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କର’ ବୋଲି ଶିକ୍ଷlର୍ଥୀଙ୍କୁ ବୁଝାଇ ଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଫେସର ନିରୁପମା ବଡ଼ପଣ୍ଡା, ଶ୍ରୀ ଉଦିତ ଚନ୍ଦ୍ର ପlଟ୍ଟଯୋଶୀ ତଥା ଶ୍ରୀ ଅଶୋକ କୁମାର ମିଶ୍ର ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମ-ସଂଯୋଜକ
ଶ୍ରୀ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ,
ଡଃ ଗିରିଧାରୀ ହୋତା, ଶ୍ରୀ ହରି ନାରାୟଣ ପଣ୍ଡା ଓ ଶ୍ରୀ ପୃଥ୍ୱୀରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଅଫିସ ସହକାରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।
