April 28, 2026
IMG-20230411-WA0013
Share

ବୋଲଗଡ଼, ୧୧/୦୪(ଉପାନ୍ତ ଓଡିଶା)ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ଉଜ୍ଜୀବିତ କରିବାର ଆଭିମୁଖ୍ୟ ନେଇ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୩ ମହାସମାରୋହରେ ସାଗରଗୁଆଁ ବିଦ୍ୟା ବିକାଶ ନିକେତନ ପରିସରରେ ଅନୁଷ୍ଠିତ ହୋଇଛି। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭକରିଥିବା ଛାତ୍ର ଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ବାର୍ଷିକ ଉତ୍ସବରେସମ୍ମାନୀତ ଅତିଥି ଭାବରେ ବେଗୁନିଆ ବୋଲଗଡ଼ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବୋଲଗଡ଼ ପଞ୍ଚୟାତ ସମିତିଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ,ବଡକୁମ୍ଭାରି ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ପ୍ରମୁଖ ଯୋଗ ଦେଇଥିଲେ। ତତସହିତ ଅଭିଭାବକ ଓ ଗୁରୁଜି ଓ ଗୁରୁମା ମାନେ ଉପସ୍ଥିତ ଥିଲେ।

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)