ଭିଜିଲାନ୍ସ ହାତରେ ଧରାପଡିଲେ ଆଇସିଡିଏସ ସୁପରଭାଇଜର..

(କୋରାପୁଟ ହରିଶ କୁମାର ପଟ୍ଟନାୟକ)
କୋରାପୁଟ ଜ଼ିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ନୂଆ କର୍ମଚାରୀ ଙ୍କୁ ଧମକ ଦେଇ ୫୦ ହଜ଼ାର ଟଙ୍କା ଲାଞ୍ଚ ମାଗିଥିଲେ I ଭିଜିଲାନ୍ସ ରେ ଅଭିଯୋଗ ପରେ ଗିରଫ ହୋଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଆଇସିଡିଏସ ସୁପରଭାଇଜର ରେଣୁକା ପଟ୍ଟନାୟକ I ତାଙ୍କୁ ଜୟପୁର ଭିଜିଲାନ୍ସ ଏସପି ଙ୍କ କାର୍ଯ୍ୟାଳୟ କୁ ଆଣି ଅଧିକ ପଚରା ଉଚୁରା କରାଯାଉଛି I ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହ ରେ ଭିଜିଲାନ୍ସ ତାଙ୍କର ତିନୋଟି ଠିକଣା ରେ ଚଢ଼ଉ କରିଛି।ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତ ର ଗୋଟିଏ ଅଙ୍ଗନବାଡି କେନ୍ଦ୍ର ରେ କିଛି ଦିନ ତଳେ ଜଣେ କର୍ମଚାରୀ ନିଯୁକ୍ତି ପାଇଥିଲେ I ସୁପରଭାଇଜର ରେଣୁକା ପଟ୍ଟନାୟକ ତାଙ୍କୁ ସିଧାସଳଖ ୫୦ ହଜ଼ାର ଟଙ୍କା ଲାଞ୍ଚ ମାଗିଥିଲେ I ନଚେତ କାମ ରେ ହଇରାଣ କରିବେ ବୋଲି ଧମକ ଦେଇଥିଲେ I କର୍ମଚାରୀ ଜଣକ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ସତ୍ତ୍ୱେ ସୁପରଭାଇଜର ଚାପ ପକାଇଥିଲେ I ଶେଷ ରେ ବାଧ୍ୟ ହୋଇ କର୍ମଚାରୀ ଜଣକ ଜୟପୁର ଭିଜିଲାନ୍ସ ଏସପି ଙ୍କ ନିକଟରେ ଅଭିଯୋଗ କରିଥିଲେ I ଯୋଜନା ଅନୁଯାୟୀ ସମ୍ପୃକ୍ତ କର୍ମଚାରୀଙ୍କୁ ରସାୟନ ବୋଳା ୫୦ ହଜ଼ାର ଟଙ୍କା ଦେଇ ପଠାଇଲା ଭିଜିଲାନ୍ସ I ବୁର୍ଜା ଅଙ୍ଗନବାଡି କେନ୍ଦ୍ର ରେ ସୁପରଭାଇଜର ରେଣୁକା ପଟ୍ଟନାୟକ ଲାଞ୍ଚ ଟଙ୍କା ଧରିବା ପରେ ପୂର୍ବ ରୁ ଛପି ରହି ଥିବା ଭିଜିଲାନ୍ସ ଟିମ ଚଢ଼ଉ କରି ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା I