May 10, 2026

ଉମରକୋଟ ଠାରେ କ୍ଷତ ବିକ୍ଷତ ଅବସ୍ଥାରେ ଗୁରୁତର ହେଟା ବାଘ କୁ ଉଧାର କରିଲା ଜଙ୍ଗଲ ବିଭାଗ ର ରେପୀଡ଼ ରେସପେନ୍ସ ଟିମ……

IMG-20250412-WA0038
Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମାଝିଆ ନିକଟସ୍ଥ ବି ଏସ ପଦର ଗାଁ ନିକଟ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାସ୍ତା ପାର୍ଶ୍ଵ ରେ ଏକ ହେଟାବାଘକୁ ଗୁରୁତର ଆହତ ହେଇ ପଡି ରହିଥିଲା । ଅନୁମାନ କରାଯାଉଛି କୌଣସି ଏକ ଗାଡ଼ି ଧକ୍କାରେ ଦୁର୍ଘଟଣା ଘଟି ରାସ୍ତା ପାର୍ଶ୍ଵରେ ଛିଟିକି ପଡ଼ି ଯାଇଥିଲା।ଖବର ଉମରକୋଟ ବନ ବିଭାଗ ଠାରେ ପହଞ୍ଚିବ ପରେ ନବରଙ୍ଗପୁର ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ଡିଏଫଓ ଙ୍କ ନିର୍ଦ୍ଧେଶ କ୍ରମେ ତାଲିମ ପ୍ରାପ୍ତ ରେପୀଡ଼ ରେସପେନ୍ସ ଟିମ ଘଟଣା ସ୍ଥଳରେ ପହଂଚି ଯନ୍ତା ସାହାଯ୍ୟରେ ହେଟାବାଘ ଟିକୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲା। ହେଟା ବାଘଟିର ଆବଶ୍ୟକୀୟ ଚିକିତ୍ସା କରାଯାଇ ସୁସ୍ଥ ହେଲା ପରେ ତାକୁ କେଉଁଠି ଛଡା ଯିବ, ସେହି ନିଷ୍ପତ୍ତି ପରେ ନିଆଯିବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି ।