ମନମାନିରେ ଚାଲିଛି କ୍ଷୁଦ୍ର ଜଳସେଚନ ବିଭାଗ
ବୋଲଗଡ,୦୫/୦୪(ଉପାନ୍ତ ଖବର):ବୋଲଗଡ ବ୍ଲକ ଅନ୍ତର୍ଗତ ୧୯ଗୋଟି ଗ୍ରାମ ପଞ୍ଚାୟତ ର ସମସ୍ତ ଚାଷୀ ମାନେ କୃଷି ଉପରେ ନିର୍ଭର ପରିବାର ପ୍ରତିପୋଷଣ କରୁଅଛନ୍ତି l ନା ଏଠି ଅଛି କଳକାରଖାନା ନା ଅଛି କୁଟୀର ଶିଳ୍ପ ନା ଅଛି କର୍ମ ନିଯୁକ୍ତି ଓ ଅନ୍ୟାନ୍ୟ ଆଖିଦୃଷ୍ଟିଆ କୌଣସି ବ୍ୟବସ୍ଥା l ବୋଲଗଡ ବ୍ଲକ ଅଞ୍ଚଳର ଶତକଡା ୮୦ଭାଗ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ କୃଷି କ୍ଷେତ୍ରର ସୁବିଧା ଜଳ ଯୋଗାଣ ପାଇଁ ନାହିଁ କୌଣସି ନଦୀ ନାଳ କି ସରକାରୀ ଆଖିଦୃଷ୍ଟିଆ ଜଳ ଯୋଗାଣ ସୁବିଧା ନାହିଁ l ହାତ ଗଣତି କେତେ ଗୋଟି ଉଠା ଜଳ ସେଚନ ଥିବାବେଳେ ଏକ ମାତ୍ର ଭରସା ମୌସୁମୀ ବର୍ଷା ଜଳ l ବୋଲଗଡ ବ୍ଲକ ଅଞ୍ଚଳରେ ଚାଷ ଓ ଚାଷୀ ର ବିକାଶ ପାଇଁ ପାଇଁ ୧୯୯୦ ମସିହାରେ ୧୫ଗୋଟି କ୍ଷୁଦ୍ର ଡ୍ୟାମ ପୁନରାଉଦ୍ଧାର କରାଯାଇଥିଲା l ଅନ୍ୟ ପଟେ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ ଏହାର ସୁପରିଚାଳନା ପାଇଁ ପାଣି ପଞ୍ଚାୟତ ଗଠନ କରାଯାଇଥିଲା l ତେବେ ବଡ଼ ଆଶ୍ଚର୍ଯ୍ୟର କଥା ହଉଛି ବୋଲଗଡ ବ୍ଲକ ଅନ୍ତର୍ଗତ ବଡ଼ କୁମାରୀ ଠାରେ ଥିବା କ୍ଷୁଦ୍ର ଜଳ ସେଚନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଥିବା ବେଳେ ନିଯୁକ୍ତି ପାଇଥିବା କନିଷ୍ଠ ଯନ୍ତ୍ରୀଙ୍କ ମନ ମାନି କାର୍ଯ୍ୟ ଯୋଗୁଁ ଚାଷୀ ମାନଙ୍କ ମାଧ୍ୟ୍ୟରେ ଅସନ୍ତୋଷ ଦେଖାଦେଇଛି l ନା ଦେଖା ମିଳୁଛି କନିଷ୍ଠ ଯନ୍ତ୍ରୀଙ୍କ ସାକ୍ଷାତ ନା ଚାଷୀ ମାନଙ୍କ ସହଯୋଗରେ ଆସୁଛନ୍ତି କନିଷ୍ଠ ଯନ୍ତ୍ରୀ l ଖୋର୍ଦ୍ଧା କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ ଥିବା ଦର୍ଶାଇ କନିଷ୍ଠ ଅଧିକାରୀଙ୍କ ଦେଖାମିଳୁନାହିଁ l ଯେତେବେଳେ କାର୍ଯ୍ୟାଳୟକୁ ଗଲେ ଲାଗୁଛି ଖାଁ ଖାଁ ଏଥି ପ୍ରତି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭାଗୀୟ ଉଚ୍ଚ କର୍ତ୍ତ୍ୟୁ ପକ୍ଷ ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳରାଣା ଏଥି ପ୍ରତି ଦୃଷ୍ଟି ଦେବାକୁ ଚାଷୀ ମାନେ ଦୃଢ଼ ଦାବୀ କରିଅଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
