May 10, 2026

ଇଦ୍ ପର୍ବ,ରାମନବମୀ ଏବଂ ହନୁମାନ ଜୟନ୍ତୀ ପାଇଁ ବାଲେଶ୍ଵରରେ ପୋଲିସ ର ଫ୍ଲାଗ ମାର୍ଚ୍ଚ 

IMG-20250330-WA0031
Share

 

 

ବାଲେଶ୍ଵର:ଇଦ-ଉଲ-ଫିତର , ରାମନବମୀ ଏବଂ ହନୁମାନ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଶନିବାର ବାଲେଶ୍ଵର ସହରରେ ଫ୍ଲାଗ ମାର୍ଚ୍ଚ ଓ ରାତିରେ ପୋଲିସ ପକ୍ଷରୁ ବିଭିନ୍ନ ରାସ୍ତାରେ ନାକାବନ୍ଦୀ କରାଯାଇଛି। ପୋଲିସ ଅତିରିକ୍ତ ଏସପି ନିରଞ୍ଜନ ବେହେରା ଙ୍କ ନେତୃତ୍ୱରେ ଟାଉନ ଥାନା ଛକ ରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଥିଲା। ମୋଟ ପାଞ୍ଚ ପ୍ଲାଟୁନ ଫୋର୍ସ ଫ୍ଲାଗ ମାର୍ଚ୍ଚ ରେ ସାମିଲ ହୋଇଥିଲେ। ରେମୁଣା ରେ ମଧ୍ୟ ଏଭଳି ଫ୍ଲାଗ ମାର୍ଚ୍ଚ ର କାର୍ଯ୍ୟକ୍ରମ ରହିଛି। ସୋମବାର ଇଦ୍ ପର୍ବ ଏବଂ ଅପ୍ରେଲ ମାସରେ ରାମ ନବମୀ ଏବଂ ହନୁମାନ ଜୟନ୍ତୀ ପାଳନ ସହ ବିଶାଳ ଶୋଭା ଯାତ୍ରା ସହର ପରିକ୍ରମା କରିବାର ଯୋଜନା ରହିଛି। ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ଶନିବାର ଠାରୁ ସହର ର ସ୍ପର୍ଶକାତର ୱାର୍ଡ ଗୁଡ଼ିକରେ ଏଭଳି ଫ୍ଲାଗ ମାର୍ଚ୍ଚ କରାଯାଇ ଜନସାଧାରଣ ଭାତୃତ୍ୱଭାବ ରକ୍ଷା ସହ ଶାନ୍ତି ବଜାୟ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବାର୍ତ୍ତା ଦିଆଯାଉଛି ବୋଲି ଅତିରିକ୍ତ ଏସ ପି ସୂଚନା ଦେଇଛନ୍ତି। ପୋଲିସ ପ୍ରଶାସନ ବିଶୃଙ୍ଖଳା କୁ ଆଦୌ ବରଦାସ୍ତ କରିବ ନାହି ବୋଲି ଅତିରିକ୍ତ ଏସ ପି ଶ୍ରୀ ବେହେରା ସୂଚନା ଦେଇଛନ୍ତି।