ବାଲେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ନେତା ମାନଙ୍କୁ ଗିରଫ ପ୍ରତିବାଦରେ ପ୍ରତିବାଦ ଓ କୁଶ ପୁତ୍ତଳିକା ଦାହ

ବାଲେଶ୍ଵର(ଶେଖ୍ ନାଜିମ୍) : ମଙ୍ଗଳବାର ରାତିରେ ବିଧାନସଭା ଭିତରେ କଂଗ୍ରେସ ବିଧାୟକ ମାନେ ବାଚସ୍ପତି ସୁରମା ପାଢ଼ୀ ଙ୍କ ନିଷ୍ପତ୍ତି କୁ ବିରୋଧ କରି ଗୃହର ମଧ୍ୟଭାଗ ରେ ରାତିସାରା ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ ଗତ କାଲି ରାତିରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱ ରେ ଦଳ ର ବହୁ କର୍ମକର୍ତ୍ତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ମାନେ ଧାରଣା ସ୍ଥଳ ରେ ବସିଥିବା ବିଧାୟକ ମାନଙ୍କୁ ଗୃହ ର ଲବି ରେ ସାକ୍ଷାତ କରିବାକୁ ଯାଉଥିଲା ବେଳେ ବିଧାନସଭା ଭିତରେ ରାଜ୍ୟ ପୋଲିସ ଏହି ନେତା ମାନଙ୍କୁ ବିଧାନ ସଭା ଭିତରେ ଦୁର୍ବ୍ୟବହାର କରିବା ସହ ସେମାନଙ୍କୁ ବଳ ପୂର୍ବକ ଗିରଫ କରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଛାଡିବା ଓ ପବିତ୍ର ଗୃହ ରେ ନିଲମ୍ବନ ଓ ନାରୀ ସୁରକ୍ଷା ପ୍ରସଙ୍ଗ ର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଦାବି ରେ ଗୃହ ରେ ଧାରଣା ଦେଇଥିବା କଂଗ୍ରେସ ବିଧାୟକ ମାନଙ୍କୁ ପୋଲିସ କର୍ମଚାରୀ ମାନେ ଖରାପ ବ୍ୟବହାର କରି ସେମାନଙ୍କୁ ପିସିସି ଅଫିସ ସମ୍ମୁଖରେ ଛାଡିବା ଘଟଣା କୁ ଦଳ ନିନ୍ଦା କରିଛି। ଏହି ପରିପ୍ରେକ୍ଷୀ ରେ ପି ସି ସି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଙ୍କ ନେତୃତ୍ୱ ରେ ଫକୀରମୋହନ ଗୋଲେଇ ରେ ବାଚସ୍ପତି ଙ୍କ ଏଭଳି ତ୍ରୁଟି ପୂର୍ଣ୍ଣ ନିଷ୍ପତି ଓ ପୋଲିସ ର ଅମାନୁଷିକ କାର୍ଯ୍ୟ କଳାପ ବିରୋଧରେ ପ୍ରତିବାଦ କରାଯାଇଛି। ଏହି ଅବସର ରେ କଂଗ୍ରେସ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ନିଜର ପ୍ରତିକ୍ରିୟା ରେ କହିଛନ୍ତି କି, ବାଚସ୍ପତି ନିଜେ ଜଣେ ନାରୀ. ସେ କଂଗ୍ରେସ ବିଧାୟକ ମାନଙ୍କ ନାରୀ ନିର୍ଯ୍ୟାତନା, ମହିଳା ଚାଲାଣ, ଯୌନ ନିର୍ଯ୍ୟାତନା ଘଟଣା ନ ‘ମାସ ମଧ୍ୟରେ ବୃଦ୍ଧି ଘଟଣା ଉପରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଗତ ଦଶ ଦିନ ହେଲା ଅନୁମତି ଦେଲେ ନାହିଁ। ତେଣୁ ଖୋଦ ବାଚସ୍ପତି ନାରୀ ସମାଜ ର ବିରୋଧୀ ବୋଲି ପ୍ରମାଣିତ ହୋଇଯାଇଛି। କଂଗ୍ରେସ ବିଧାୟକ ମାନେ ବିଗତ ଦଶ ଦିନ ହେଲା ବାଚସ୍ପତି ଙ୍କ ପାତର ଅନ୍ତର ନୀତି କୁ ବିରୋଧ କରି ଗଣତାନ୍ତ୍ରିକ ଉପାୟ ରେ ଗୃହ ଭିତରେ ଓ ବାହାରେ ପ୍ରତିବାଦ କରୁଛି। ସେହିପରି ବାଚସ୍ପତି ଗୃହ କମିଟି ଗଠନ କରିବା ଦାବି କୁ ମାନିବାକୁ କାହିଁକି ରାଜି ହେଉନାହାନ୍ତି।ବିଧାନସଭାର ସୁରକ୍ଷା ଦାୟିତ୍ୱ ରେ ମାର୍ଶାଲ ମାନେ ଥିବା ବେଳେ ପୋଲିସ କୁ ବିଧାନସଭା ଭିତରକୁ ପ୍ରବେଶ କରିବାକୁ କିଏ ଅନୁମତି ଦେଲେ କିଏ ବୋଲି ଶ୍ରୀ ଗିରି ପ୍ରଶ୍ନ କରିଛନ୍ତି। ବିଧାନସଭା ଭିତରକୁ ପୋଲିସ ବାହିନୀକୁ ପ୍ରବେଶ କରିବାକୁ ବାଚସ୍ପତି ଅନୁମତି ଦେଇଛନ୍ତି କି ବୋଲି ଶ୍ରୀ ଗିରି ପ୍ରଶ୍ନ କରିବା ସହ ବାଚସ୍ପତି ଙ୍କ ଏଭଳି ନିଷ୍ପତ୍ତି ପଛରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚ୍ଛନ ହାତ ଥିବାରୁ କଂଗ୍ରେସ ଦଳ ଆଗାମୀ ଦିନରେ ଗଣତନ୍ତ୍ର ର ସୁରକ୍ଷା ଓ ବିଧାୟକ ମାନଙ୍କ ସ୍ବାଧୀକାର ରକ୍ଷା ପାଇଁ ଆନ୍ଦୋଳନ କୁ ତୀବ୍ର କରିବ ବୋଲି କହିଛନ୍ତି।. ଏହି କାର୍ଯ୍ୟକ୍ରମରେ କାଉନସିଲର ପଦ୍ମଲୋଚନ ଲେଙ୍କା, କୃଷ୍ଣ ଗୋପାଳ ପଣ୍ଡା,ଗୋପୀନାଥ ପାଢ଼ୀ, ଯୁବ ନେତା ସରୋଜ କୁମାର ଲେଙ୍କା, ନାରୀ ନେତ୍ରୀ ଜୋତ୍ସ୍ନା ସେନାପତି,ରାଜ୍ୟ ସମ୍ପାଦକ ଅର୍ଚନା ନନ୍ଦି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ କୁମାର ଦାସ, ଜୀବନ ମହାପାତ୍ର,ଦେବଦତ୍ତ ଦାସ ଏବଂ ସଂଯୁକ୍ତା ବେହେରା ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ରହି ଘଣ୍ଟ ଘଣ୍ଟା ବଜାଇ ପ୍ରତିବାଦ କରିଥିଲେ।