May 10, 2026

ଚର୍ଚ୍ଚାରେ କରସିଙ୍ଗି ଦୁଷ୍କର୍ମ ଘଟଣା, ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ବୁଗୁଡ଼ା ଥାନାରୁ ନ୍ଯାୟ ନପାଇ ପୀଡିତା ଦକ୍ଷିଣାଞ୍ଚଳ ଆଇଜିଙ୍କ ଦ୍ବାରସ୍ଥ 

IMG-20250325-WA0042
Share

ବୁଗୁଡା : ତା ୨୫/୦୩/୨୫ : ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗି ଗ୍ରାମ ଗୁଡିସାହିର ଜନୈକ ବିବାହିତା ମହିଳାଙ୍କୁ ସେହି ଗ୍ରାମର ନିରଞ୍ଜନ ଗୌଡ ଦୁଷ୍କର୍ମ କରିଥିବା ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୧୮୭/୨୫ରେ ଏକ ମାମଲା ରୁଜୁ କରିଥିବା ବେଳେ ବୁଗୁଡା ପୋଲିସଠାରୁ ପୀଡିତା ନ୍ଯାୟ ନପାଇବା ହୃଦବୋଧ କରି ଦକ୍ଷିଣାଞ୍ଚଳ ଆଇଜିଙ୍କ ଦ୍ବାରସ୍ଥ ହୋଇଥିବା ଘଟଣା ସମ୍ପ୍ରତି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାଯାଇଛି। ତେବେ ଦୁଷ୍କର୍ମ ପୀଡିତାଙ୍କ ଅଭିଯୋଗ ପ୍ରକାରେ , ଦେଢ ମାସ ତଳେ ନିରଞ୍ଜନ ଷ୍ଟାର ଲାଇନ୍ ରିପେରିଂ କରିବା ପାଇଁ ତାଙ୍କ ଘରକୁ ଆସିଥିଲା। ସେତେବେଳେ ସେ ଘରେ ଏକାକୀ ଥିବାର ସୁଯୋଗ ନେଇ ନିରଞ୍ଜନ ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ଫେରିବା ବେଳେ ଏହି ଘଟଣା ପ୍ରକାଶ କଲେ ତାଙ୍କର ପୁଅକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା। ଫଳରେ ସେ ଭୟରେ ଏ କଥା କାହାକୁ କହି ନଥିଲେ। ଏହାର କିଛିଦିନ ପରେ ନିରଞ୍ଜନ ଫୋନରେ ମହିଳା ଜଣଙ୍କୁ ଯୋଗାଯୋଗ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ଯ କରିଥିଲା। ଏଥିରେ ମହିଳା ଜଣକ ଅମଙ୍ଗ ହେବାରୁ ତାଙ୍କର ଉଲଗ୍ନ ଫଟୋ ସୋସିଆଲ ମିଡିଆରେ ଛାଡିବା ସହ ସ୍ବାମୀଙ୍କ ମୋବାଇଲକୁ ଛାଡିବା ଭୟ ଦେଖାଇଥିଲା। ଏପରି ଭାବେ ସେହି ମହିଳାଙ୍କ ମନରେ ଲୋକଲଜ୍ଜା ଭୟ ସୃଷ୍ଟି କରି ନିରଞ୍ଜନ ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲା। ତେବେ ଗତ ୨୦ ତାରିଖ ରାତି ପ୍ରାୟ ସାଢେ ଆଠଟା ବେଳେ ମହିଳା ଜଣକ ଘରେ ରୋଷେଇ କରୁଥିବା ବେଳେ ନିରଞ୍ଜନ ତାଙ୍କ ଘରେ ପଶି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ କରସିଙ୍ଗି ଛକରେ ଥିବା ଦୋକାନ ବନ୍ଦ କରି ସେଦିନ ସଅଳ ଫେରିଥିବା ସ୍ବାମୀ ଏ ଘଟଣା ଦେଖି ସ୍ତ୍ରୀଙ୍କୁ ନିରଞ୍ଜନର କବଳରୁ ଉଦ୍ଧାର କରିବା ସହ ଅପମାନିତ କରି ତାକୁ ଘରୁ ବାହାର କରିଦେଇଥିଲେ। କିଛି ସମୟ ପରେ ନିରଞ୍ଜନ ତା’ର ଦୁଇ ଭାଇଙ୍କ ସହ ଆସି ମହିଳାଙ୍କ ସ୍ବାମୀକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ମହିଳାଙ୍କ ସ୍ବାମୀ ୧୧୨ ନମ୍ବରକୁ ଫୋନ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାରୁ ସେହି ତିନି ଭାଇ ସେଠାରୁ ଚାଲିଯାଇଥିଲେ। ଏ ନେଇ ମହିଳା ଜଣକ ୨୧ ତାରିଖ ଦିନ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସେହି ଦିନ ହିଁ ନିରଞ୍ଜନଙ୍କ ଜନୈକା ସମ୍ପର୍କୀୟା ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଥିଲେ ଯେ ଗତ ୨୦ ତାରିଖ ରାତିରେ ହିଁ ଅଭିଯୋଗକାରିଣୀ ପୀଡିତାଙ୍କ ସ୍ବାମୀ ଏବଂ ତାଙ୍କର ଦୁଇ ଭାଇ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଅଭିଯୋଗକୁ ମଧ୍ୟ ପୋଲିସ ଗ୍ରହଣ କରି କେସ୍ ନଂ ୧୮୮/୨୫ରେ ଏକ ମାମଲା ରୁଜୁ କରିଥିଲା। ତେବେ ପୋଲିସ ଅଭିଯୁକ୍ତ ନିରଞ୍ଜନକୁ ଗିରଫ କରିବା ପରିବର୍ତ୍ତେ ମାମଲାର ମୀମାଂସା କରିବାକୁ ଚାପ ପକାଉଥିବା ନେଇ ଦୁଷ୍କର୍ମ ପୀଡିତ ଜଣକ ଗଣମାଧ୍ୟମରେ ପ୍ରକାଶ କରିବା ସହ ନ୍ଯାୟ ଭିକ୍ଷା ପାଇଁ ଦକ୍ଷିଣାଞ୍ଚଳ ଆଇଜିଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ସ୍ଥାନୀୟ ପୋଲିସ ଏନେଇ ତଦନ୍ତ ଜାରି ରହିଛି ବୋଲି କହୁଥିବା ଜଣାଯାଇଛି। ଏହାକୁ ନେଇ କାହା ଚାପରେ ଅଛି ପୋଲିସ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଚ୍ଛଦପଟରେ କୌଶସି ପ୍ରଭାବଶାଳୀ ନେତାଙ୍କ କଳା ଚେହେରା ଲୁଚି ଥାଇପାରେ ବୋଲି ଚାରିଆଡେ ଆଲୋଚନା ହେଉଥିବା ଜଣାଯାଇଛି।