May 10, 2026

ଗଜପତିରେ ପୁଣି ମାତିଲେ ଲୁଟେରା…. ଝାମ୍ପି ନେଲେ ସୁନା ଚେନ୍, ତଳେ ପଡି ଦମ୍ପତି ଆହତ 

IMG-20250325-WA0035
Share

 

ପାରଳାଖେମୁଣ୍ଡି:୨୫/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ପୁଣି ଲୁଟେରା ମାନେ ସକ୍ରିୟ ହୋଇ ଉଠିଛନ୍ତି. ଗତକାଲି ଭୁଷକୁଡ଼ି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବୈରାଗୀ(୭୦) ସ୍ତ୍ରୀ ଜାନକୀଆତ୍ମାଙ୍କ ସ‌ହ ଚିକିତ୍ସା ନିମନ୍ତେ ଗୋଟିଏ ସ୍କୁଟିରେ ପାରଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ଡାକ୍ତର ପରାମର୍ଶ ପରେ ଗ୍ରାମକୁ ଫେରୁଥିବା ବେଳେ ସାତମାଇଲ ଛକ ନିକଟରେ ତାଙ୍କ ପଛରେ ବାଇକ୍ ଯୋଗେ ଆସୁଥିବା ଜଣେ ଦୁର୍ବୃତ୍ତ ଜାନକୀଆତ୍ମାଙ୍କ ବେକରେ ଥିବା ତିନି ତୋଳା ଓଜନର ସୁନାହାର ଝାମ୍ପି ନେଇ ଦ୍ରୁତଗତିରେ ସାତମାଇଲ ପଟକୁ ଚମ୍ପଟ ମାରିଥିଲା। ହାର ଛିଡ଼ାଇବା ସମୟରେ ଟାଣି ହୋଇଯିବାରୁ ବୈରାଗୀ ଗାଡ଼ି ଉପରୁ ଭାରସାମ୍ୟ ହରାଇଥିଲେ ଏବଂ ସ୍ବାମୀ, ସ୍ତ୍ରୀ ଉଭୟେ ତଳେ ପଡ଼ି ଆହତ ହୋଇଥିଲେ । ଖବର ପାଇ ଗୁରାଣ୍ଡି ଥାନାଧିକାରୀ ଓମ ନାରାୟଣ ପାତ୍ର ସଦଳବଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦମ୍ପତିଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପାରଳାଖେମୁଣ୍ଡି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ସିସିଟିଭି ଫୁଟେଜ ଯାଞ୍ଚ ସହ ପୁଲିସ ତଦନ୍ତ ଜାରି ରଖିଛି. କିଛି ମାସ ତଳେ ସେହି ଏକା ସ୍ଥାନରେ ବାଇକ୍‌ରେ ଯାଉଥିବା ଅନ୍ୟ ଜଣେ ବୟସ୍କ ଦମ୍ପତିଙ୍କ ଠାରୁ ଠିକ୍ ସେହିଭଳି ପଛରୁ ବାଇକରେ ଆସୁଥିବା ଜଣେ ଦୁର୍ବୃତ୍ତ ସୁନାହାର ଝାମ୍ପି ନେଇଥିଲା