May 10, 2026

କୁରାଢ଼ ରେ ପଦ୍ମଶ୍ରୀ ବାବା ବଳିଆଙ୍କ ଦିବ୍ୟ ସତସଙ୍ଗ ଓ ପଞ୍ଚ ମହାଯଜ୍ଞ

IMG-20250323-WA0089
Share

 

ତିର୍ତୋଲ ,

 

ପରମପୂଜ୍ୟ ,ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ ଙ୍କ ଶୁଭପଦାର୍ପଣ ଉପଲକ୍ଷେ, ବାଣୀ କ୍ଷେତ୍ର ଝଙ୍କଡ଼ ପ୍ରଗଣାର , କୋଷ୍ଠି ମଲ୍ଲିକାପୁର ଅନ୍ତର୍ଗତ, କୁରାଢ଼ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଙ୍କ ପୀଠସ୍ଥଳିରେ, ଦିବ୍ୟ ସତସଙ୍ଗ ଓ ନାମଯଜ୍ଞ, ଦୀପଯଜ୍ଞ, ଘୃତ ଯଜ୍ଞ , ଅନ୍ନଯଜ୍ଞ ସହିତ ଜ୍ଞାନଯଜ୍ଞ ଆଦି ପଞ୍ଚ ମହାଯଜ୍ଞ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ମାର୍ଚ୍ଚ ୨୨ ତାରିଖ ଶନିବାର ଦିନ ପୂର୍ବାହ୍ନରେ କଳସ ଶୋଭାଯାତ୍ରା, ଅଗ୍ନୀ ସ୍ଥାପନ୍, ପୀଠ ଅଧୀଶ୍ଵର ଗୋପୀନାଥ ଜୀଉ ଙ୍କ ମାର୍ଜନା, ପୂଜାର୍ଚ୍ଚନା ଓ ଷୋଡ଼ଶ ଉପଚାର ପୂଜା, ଗୀତାପାଠ ସହିତ ଯଜ୍ଞରେ ଆହୁତି ପ୍ରଦାନ କରାଯାଇଥିଲା । ବିଶିଷ୍ଟ ସମାଜସେବୀ ହେମନ୍ତ କୁମାର କାନୁନଗୋ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ରବିବାରସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ, ଯୋଗଦେଇ, ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ, ମଞ୍ଚାରୁଢ଼ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ସତସଙ୍ଗ ଆରମ୍ଭ ହେବା ପୁର୍ବରୁ ଗୁରୁପୂଜା ଓ ଗୁରୁବନ୍ଦନା ଗାନ କରାଯାଇଥିଲା । ଆଲୋଚନା ର ପ୍ରସଙ୍ଗ ଆରମ୍ଭ କରି ବାବା ବଳିଆ କହିଲେଯେ, ଆଜି ପ୍ରତ୍ୟେକ ବ୍ୟକ୍ତି ଓ ସମାଜରେ ରୋଗ, ଶୋକ, ଶଙ୍କଟ ରେ ଅଭାବନୀୟ ପରିସ୍ଥିତି ରେ ଗତି କରୁଅଛନ୍ତି । ଏଥିରୁ ନିସ୍ତାର ପାଇବାକୁ ହେଲେ ମହାମନ୍ତ୍ର ନାମ ଜପ ର ଆବଶ୍ୟକତା ରହିଛି । ବିଶେଷ କରି କର୍ମମୟ ଜୀବନ ଯାପନ କଲେ ସମାଜ ନିରୋଗ ଓ ସୁସ୍ଥ ରହିବ । ଜୀବନ ଶେଷଲକ୍ଷ ହେଉଛି, ନିଜେ ଶାନ୍ତିରେ ବଞ୍ଚ ଓ ଅନ୍ୟମାନଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅ । ଏଥିପାଇଁ ସେବା , କାର୍ପଣ୍ୟ ଓ ଭକ୍ତି ଭାବ ଜାଗ୍ରତ କରିବାକୁ ପଡ଼ିବ । ସତସଙ୍ଗ ଓ ସଦଗୁରୁ ଦ୍ବାରା ଏହା ସହଜରେ ଉପଲବ୍ଧ ହୋଇଥାଏ । ପଣ୍ଡିତ ସଞ୍ଜୟ କୁମାର ମହାପାତ୍ର ଙ୍କ ପୌରହିତ୍ୟରେ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ବାରା ଯଜ୍ଞରେ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିବା ବେଳେ, ମହାମନ୍ତ୍ର ର ଧ୍ୱନୀରେ ପୀଠ ସ୍ଥଳି ପ୍ରକମ୍ପିତ ହୋଇ ଉଠିଥିଲା । ଯଜ୍ଞ ର କର୍ତ୍ତା କର୍ତ୍ତ୍ରୀ ଭାବରେ ସନ୍ତୋଷ କାନୁନଗୋ ଓ ଧରିତ୍ରୀ କାନୁନଗୋ ଅଂଶ ଗ୍ରହଣ କରିଥିଲେ । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଜ୍ୟୋତିରଞ୍ଜନ କାନୁନଗୋ, ଶରତ ଚନ୍ଦ୍ର କାନୁନଗୋ, ବୈଷ୍ଣବ ଚରଣ ମଲ୍ଲିକ, ଅମୀୟ କୁମାର କାନୁନଗୋ, ଲତିକା ମହାନ୍ତି, ଦୁର୍ଗା ଚରଣ ରାଉତ, ସରୋଜ କୁମାର ମହାନ୍ତି, ଦିପ୍ତିରଞ୍ଜନ କାନୁନଗୋ, ମୀରା କାନୁନଗୋ, ଆଭାରାଣୀ କାନୁନଗୋ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ବାବା ବଳିଆ ଙ୍କ ଭାବଭକ୍ତିମୟ ପ୍ରବଚନ ଶ୍ରବଣ କରି ଆତ୍ମବିଭୋର ହୋଇ ଉଠିଥିଲେ ।

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ….।