May 10, 2026

କାଳବୈଶାଖୀ ବର୍ଷା, ପବନ ଏବେ କୁଆ ପଥର ଯୋଗୁଁ ଉଡ଼ିଲା ୧୦ ରୁ ଉର୍ଦ୍ଧ୍ବ ଘରର ଛପର ନଷ୍ଟ ହେଲା ସୂର୍ଯ୍ୟମୁଖୀ ଓ ତରଭୁଜ ଚାଷ 

IMG-20250323-WA0087
Share

 

କେନ୍ଦୁଝର (ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକ କୋଡ଼ ଖମଣ ଗ୍ରାମରେ ୧୦ ରୁ ଉର୍ଦ୍ଧ୍ବ ଘରର ଛପର ଉଡିବା ସହ ,ଅନେକ ଗଛ ଉପୁଡି ରାସ୍ତା ଓ ଘର ଉପରେ ପଡିଛି। କାଳବୈଶାଖୀ ବର୍ଷା ଓ କୁଆ ପଥର ମାଡ ଯୋଗୁଁଁ ସୂର୍ଯ୍ୟମୁଖୀ ଓ ତରଭୁଜ ଚାଷ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫଳରେ ଚାଷୀଙ୍କ ଆକ ମାନଦଣ୍ଡକୁ ଦୋହଲାଇ ଦେଇଛି। କିଛି କିଛି ଜାଗାରେ ବିଦ୍ୟୁତ ତାର ଶହ ଖୁଣ୍ଟ ଉପୁଡିବା ଶହ ତାର ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି। ଏଥି ସହ ଡେଣୁଆଁ ଗ୍ରାମର ଲକ୍ଷ୍ମୀଧର ସାହୁ ଙ୍କ ଘର ଉପରେ ଏକ ବିରାଟ ଚାଖୁଣ୍ଡା ଗଛ ପବନ ରେ ପଡି ଯାଇଥିବା ରୁ ଘରର ଟାଇଲ ଛପର ଭାଙ୍ଗି ନଷ୍ଟ ହୋଇଯାଇଛି। ସେହିପରି କୋଡ଼ଖମଣ ଗ୍ରାମରେ ଡାଳ ପଡି ଡାଳ ତଳେ ଚାପି ହୋଇ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ କୂଳମଣି ମହାନ୍ତ ଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହାନି ପହଁଞ୍ଚି ରାସ୍ତା ଉପରେ ଏବଂ ଘର ଉପରେ ପଡିଥିବା ଗଛ କୁ କାଟି ସଫା କରିଛନ୍ତି। ବର୍ଷା ଓ କୁଆପଥର ମାଡ ଯୋଗୁଁଁ ଚାଷୀଙ୍କ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୃଷି ବିଭାଗ ପକ୍ଷରୁ ଆକଳନ କରି କ୍ଷତିଗ୍ରସ୍ତ ଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ପ୍ରର୍ଯ୍ୟନ୍ତ ବର୍ଷା ଜାରି ରହିଥିବା ହେତୁ ଲୋକ ବହୁତ ମାତ୍ରାରେ ପ୍ରଭାବିତ ହେଉଥିବା ବେଳେ ଏକ ପ୍ରକାର ଲୋକଙ୍କ ମନରେ କାକୁଆ ଭୟର ବାତାବରଣ ଖେଳି ଯାଇଛି l