May 10, 2026

୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ବେପାରୀ ଗିରଫ 

IMG-20250322-WA0049
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସକୁ ବଡ଼ ସଫଳତା, ୨୬୦ଗ୍ରାମ ବ୍ରାଉନ ସୁଗାର ଜବତ ସହିତ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଲେ ବାଲେଶ୍ୱର ଏସପି । ସୂଚନା ଅନୁଯାୟୀ ଜଳେଶ୍ୱର ଅଂଚଳ ଏବେ ବ୍ରାଉନସୁଗାର କାରବାର ହବ ପାଲଟିଛି, ଯାହାକି ପୋଲିସର ମୁଣ୍ଡ ବିନ୍ଧାର କାରଣ ସାଜିଛି ।ଗତ ଗୁରୁବାର ସଂନ୍ଧ୍ୟା ସମୟରେ ସେକ ସାହାରୁକ ନାମକ ଏକ ବ୍ରାଉନ ସୁଗାର ବ୍ୟାପାରୀ ପଶ୍ଚିମବଙ୍ଗରୁ ଜଳେଶ୍ୱର ଅଭିମୁଖେ ବ୍ରାଉନ ସୁଗାର ନେଇ ଆସୁଥିଲା ବେଳେ ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଥାନା ଅଗ୍ରୱାଲା ଛକ ନିକଟରେ ଚଢ଼ାଉ କରି ଥିଲା ଚଢ଼ାଉ ସମୟ ରେ ତା ନିକଟରୁ ୨୬୦ଗ୍ରାମ ବ୍ରାଉନସୁଗାର, ଏକ ବାଇକ, ଭିଭୋ ମୋବାଇଲ ଓ ନଗଦ ୧୩୦୦ଟଙ୍କା ଜବତ କରିଥିବା ନେଇ ବାଲେଶ୍ୱର ଏସପି ରାଜ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି, ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୨୬ଲକ୍ଷ ଟଙ୍କା ହେବ । ପୂର୍ବରୁ ତାଙ୍କ ନାମରେ ଜଳେଶ୍ୱର ଥାନାରେ ମାମଲା ରହିଅଛି l