November 17, 2024

ଚର୍ଚ୍ଚାରେ ଦଣ୍ଡୁଆଙ୍କ ମୃତ୍ୟୁ ଘଟଣା , ଆମ୍ବ ଗଛରୁ ଝୁଲନ୍ତା ଶବ ଉଦ୍ଧାର , ଥାନାରେ ହତ୍ଯା ଅଭିଯୋଗ

Share

 

ବୁଗୁଡ଼ା : ତା ୦୬/୦୪/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ ପଙ୍କଳସାହି ଗାଁ ପଛପଟ ଚାଞ୍ଚରା ନାଳ ପାଖ ଏକ ଆମ୍ବ ଗଛରୁ ଜନୈକ ଦଣ୍ଡୁଆଙ୍କ ଝୁଲନ୍ତା ଶବକୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି । ମୃତ ଦଣ୍ଡୁଆ ଜଣକ ପଙ୍କଳସାହି ଗ୍ରାମର ପ୍ରଦୀପ ଜେନା(୪୧) । ଘଟଣାନୁସାରେ, ଆଜି ପାହାନ୍ତିଆ ସମୟରେ ଜଣେ ଚାଷୀ ବିଲକୁ ଖତ ନେଇ ଯାଉଥିବା ବେଳେ ପ୍ରଦୀପଙ୍କ ଝୁଲନ୍ତା ମୃତ ଶରୀରକୁ ଦେଖିବାକୁ ପାଇଲେ । ଏ କଥା ପ୍ରଘଟ ହେବା ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ସେଠାରୁ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଯାଇଥିବା ନେଇ ଆଡିସନାଲ୍ ଆଇଆଇସି ଶର୍ମିଷ୍ଠା ପ୍ରଧାନଙ୍କ ଠାରୁ ପ୍ରକାଶ ପାଇଛି ।ପ୍ରକାଶ ଯୋଗ୍ୟ ଯେ , ଦିନ ମଜୁରିଆ ପ୍ରଦୀପ ଏ ବର୍ଷ କାନନକୁଟୀର ଗାଁ ଦଣ୍ଡଯାତ୍ରାରେ ଦଣ୍ଡୁଆ ଭାବେ ଯୋଗ ଦେଇଥିଲା । କିନ୍ତୁ, ବୁଧବାର ଦିନ କାନନକୁଟୀର ଗ୍ରାମରେ ଅନୁଷ୍ଠିତ ପଞ୍ଚୁଦଣ୍ଡ ମହାମିଳନ ବେଳେ ତା’ର ଦେଖା ମିଳି ନ ଥିଲା । ଏ ନେଇ ପ୍ରଦୀପର ମଝିଆ ଭାଇ ବବ୍ରୁ ବାହନ ଦଣ୍ଡଯାତ୍ରା କମିଟିକୁ ପ୍ରଦୀପର ଗାଏବ ସମ୍ପର୍କେ ପଚାରି ବୁଝିବା ସହ ମଧ୍ୟରାତ୍ର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ତା’ର ପତ୍ତା ପାଇପାରି ନଥିଲେ । ତେବେ ପାହାନ୍ତିଆରେ ଏକ ଆମ୍ବ ଗଛରୁ ପ୍ରଦୀପଙ୍କ ମୃତ ଶରୀର ଏକ ଗାମୁଛାରେ ଝୁଲୁଥିବା ବେଳେ ତା’ର ଆଣ୍ଠୁ ଭୂମିକୁ ଲାଗିବା ସହ ଦୁଇ ଗୋଡ ପେଣ୍ଡାରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା । ଏ ନେଇ ମୃତ ପ୍ରଦୀପଙ୍କ ଭାଇ ବବ୍ରୁ ବାହନ ଜେନା ହତ୍ଯା ଅଭିଯୋଗ କରିଥିବା ବେଳେ ବୁଗୁଡ଼ା ଥାନାରେ ଏସଡ଼ିପିଓ ବିଶ୍ବାମିତ୍ର ହରପାଲ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରହିଥିବା ଜଣାଯାଇଛି ।