May 10, 2026

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ମକା ମଞ୍ଜି ବୋଝେଇ ଟ୍ରକ 

IMG-20250319-WA0033
Share

ବୁଗୁଡ଼ା : ତା ୧୯/୦୩/୨୫ : ବୁଗୁଡା ପୋଲିସ ଥାନା ବାଲିପଦର ଫାଣ୍ଡି ଅଞ୍ଚଳରେ ଏକ ମକା ମଞ୍ଜି ବୋଝେଇ ଟ୍ରକ (ନଂ – ଓଡି ୦୭ ଏପି – ୧୫୦୧) ପୋଚାଲୁଣ୍ଡି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିବା ଜଣାପଡିଛି। ସେହି ଟ୍ରକଟି ମକା ମଞ୍ଜି ବୋଝେଇ କରି ବାଲିପଦର ପଟରୁ ଭଞ୍ଜନଗର ଆଡକୁ ଯାଉଥିବା ବେଳେ ପୋଚାଲୁଣ୍ଡି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ସତ୍ତ୍ୱେ ଡ୍ରାଇଭର ଓ ହେଲପର ଉଭୟେ ସୁରକ୍ଷିତ ରହିଥିଲେ । ଟ୍ରକଟି ଓଲଟି ପଡ଼ିବା ଯୋଗୁଁ ମକା ମଞ୍ଜି ବସ୍ତା ଗୁଡିକ ଏଣେତେଣେ ଫୋପାଡି ହୋଇ ପଡିଥିବା ବେଳେ ସେଥିରୁ କେତକ ବସ୍ତା ଫାଟି ମଞ୍ଜିଗୁଡିକ ତଳେ ପଡିଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ବାଲିପଦର ପୋଲିସ ଫାଣ୍ଡି ଅଧିକାରୀ କେ.ନୀଳାଦ୍ରି ରେଡି ଘଟଣା ସ୍ଥଳରେ ପହଞ୍ଚି ମକା ମଞ୍ଜିର ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ଥା କରିଥିଲେ। ଏହା ପରେ ମକା ମଞ୍ଜି ବସ୍ତାଗୁଡିର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।