May 10, 2026

ଆଦିକବି ସାରଳାଦାସ କଲେଜ ରେ ବିଶ୍ବଉପଭୋକ୍ତା ଦିବସ ପାଳିତ !!

IMG-20250319-WA0025
Share

 

ତିର୍ତ୍ତୋଲ ::-ବର୍ତ୍ତମାନ ସମୟରେ , ପ୍ରତିଦିନ ବ୍ୟବସାୟୀ ମାନଙ୍କ ଦ୍ଵାରା ସାଧାରଣ ଖାଉଟି ମାନେ,ଶୋଷିତ ଓ ଠକେଇ ର ଶୀକାର ହେଉଥିବାରୁ, ଏହାର ନିରାକରଣ ପାଇଁ , ବିଶ୍ବ ଉପଭୋକ୍ତା ଦିବସ ପାଳନ କରାଯାଇ, ଯୁବକ ଯୁବତୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରା ଯାଉଛି । ଏହି ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ଦିନ ତିର୍ତ୍ତୋଲ ସାରଳା ବିହାର ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ସଭାଗୃହ ରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ସଭାପତି ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ବିଶ୍ୱ ଉପଭୋକ୍ତା ଦିବସ ପାଳନ ନିମନ୍ତେ ଆୟୋଜିତ ସଭାରେ, କଲେଜର ଅଧ୍ୟକ୍ଷl ମମତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ଯୁବ ସମାଜସେବୀ ତଥା ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ କନଭେନର ବିବେକାନନ୍ଦ ହୋତା ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିବା ସଙ୍ଗେ ସଙ୍ଗେ ପରିଚୟ ପ୍ରଦାନ କରିଥିଲେ ଏବଂ କାର୍ଯକ୍ରମ ସମ୍ପର୍କରେ ତଥ୍ୟଭିତ୍ତିକ ସୂଚନା ପ୍ରଦାନ କରିଥିଲେ। ଏହି ମଞ୍ଚରେ ଡି ସି, ଡି ଆର୍ ସି ସଭାପତି ପ୍ରଭାତ କୁମାର ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବି ଧୀରେନ୍ଦ୍ର ନାଥ ଆଚାର୍ଯ୍ୟ , ଆଇନଜୀଵି ସଂଗ୍ରାମ କେଶରୀ ନାୟକ, ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି ପଣ୍ତିତ ଶରତ କୁମାର ଦାଶ ପ୍ରମୁଖ ଯୋଗଦେଇ ଉପଭୋକ୍ତା ମାନଙ୍କ ଦାଇତ୍ୱବୋଧ ଓ ସଚେତନତା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ! ପରିଶେଷରେ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା ।

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ସହିତ ରଞ୍ଜନ କୁମାର ମଲ୍ଲିକଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!