ଉମରକୋଟ ଠାରେ ନିର୍ମାଣ ଚାଲିଛି ସ୍ମାର୍ଟ ପାର୍କ,ସୌନ୍ଦର୍ଯ୍ୟ ବୃଦ୍ଧି ହେବ ଉମରକୋଟ ସହରର……..

ଉମରକୋଟ:-(ଏମ୍.ଦିନା° ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର, ଜିଲ୍ଲା ଆର୍ଥିକ ସହର ଏହି ବ୍ୟସ୍ତ ଜୀବନ ମଧ୍ୟରେ ଅବସର ବିନୋଦନ କିମ୍ବା ନିଜ ପରିବାର ସହ ସମୟ ବିତାଇବା ପାଇଁ ହାତ ଗଣତି ଦୁଇ ଚାରିଟା ପାର୍କ ଛାଡିଦେଲେ ଆଉ କିଛି ନାହିଁ। ଏଥି ପାଇଁ ତତ୍କାଳୀନ ବିଧାୟକ ତଥା ବର୍ତ୍ତମାନର ଓଡିଶା ସରକାର ଙ୍କ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସହର ଉପଖଣ୍ଡ ରେ ଥିବା ଡ଼ଙ୍ଗରୀଗୁଡା ପାହାଡ଼ କୁ ଲଣ୍ଡା ପାହାଡ଼ କୁ ନେଇ ଏକ ସ୍ମାର୍ଟ ପାର୍କ ପରିକଳ୍ପନା କରିଥିଲେ। କିନ୍ତୁ କିଛି କାରଣ ବଶତଃ ହୋଇ ପାରିନଥିଲା ଯାହା ଏବେ ପୂରଣ ହେବାକୁ ଯାଉଛି ଡ଼ଙ୍ଗରୀଗୁଡା ସ୍ମାର୍ଟ ପାର୍କ ନାମରେ।ପ୍ରାଥମିକ ସ୍ତରରେ ବିଧାୟକ ନିଜ ପାଣ୍ଠି ରୁ ତିରିଶ ଲକ୍ଷ ଟଙ୍କା ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।ପ୍ରାୟ ୬ କୋଟି ଟଙ୍କା ର ଡି.ପି.ଆର୍. (DPR) ପ୍ରସ୍ତୁତ ହୋଇଛି ଗୋଟିଏ ମାଷ୍ଟର ପ୍ଲାନ କୁ ମଂଜୁରି ମିଳିଛି ଯାହା ଫଳରେ କାମ ଆରମ୍ଭ ହୋଇଛି। ଆଗାମୀ ଦିନରେ ଉମରକୋଟ ବାସୀ ଏକ ସ୍ମାର୍ଟ ପାର୍କ ର ମଜା ନେଇ ପାରିବେ ଏଥି ପାଇଁ ସ୍ଥାନୀୟ ବାସିନ୍ଦା ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ନବରଙ୍ଗପୁର ଆଡୁ ଉମରକୋଟ ଆସିବା ରାସ୍ତାରେ ସହର ଆରମ୍ଭରେ ଡ଼ଙ୍ଗରୀଗୁଡା ୩୯ ନମ୍ବର ରାଜ୍ୟରାଜପଥ କଡରେ ଡ଼ଙ୍ଗରୀଗୁଡା ପାହାଡ଼। ଦିନେ ଖଣି ମାଫିଆ ଓ ଜମି ମାଫିଆ ଙ୍କ କବ୍ଜା ରେ ଥିଲା ସାତ ରୁ ଆଠ ଏକର ର ପାହାଡ଼। ଜବର ଦଖଲ ଯୋଗୁଁ ପରିସୀମା ମାତ୍ର ପାଞ୍ଚ ଏକର ରହିଛି। ଏହି ପାହାଡକୁ ଏବେ ସ୍ମାର୍ଟ ପାର୍କ ର ରୂପ ଦିଆ ଯାଉଛି। ଏଥି ପାଈଁ ପ୍ରାଥମିକ ପ୍ରର୍ଯ୍ୟାୟ କାମ ଜୋରସୋର ରେ ଚାଲିଛି। କାମ ଆରମ୍ଭ ହେବା ଦେଖି ସହର ବାସୀ ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଉମରକୋଟ ରେ ଏକ ସ୍ମାର୍ଟ ପାର୍କ ର ଆବଶ୍ୟକ ଥିଲା ଡ଼ଙ୍ଗରୀଗୁଡା ରେ ଏହା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଉଛି। ପ୍ରାଥମିକ ପର୍ଯ୍ୟାୟ ରେ ତିରିଶି ଲକ୍ଷ ଟଙ୍କା ପାହାଚ, ୱାଚ ଟାୱାର, କେଫେ ନିର୍ମାଣ କରାଯିବ। ଏହା ସହ ପ୍ରାୟ ଏଗାର କୋଟି ଟଙ୍କାର ଡି.ପି.ଆର୍ (DPR) ପ୍ରସ୍ତୁତ ହୋଇଛି, ଅର୍ବାନ ଓ ପର୍ଯ୍ୟଟନ ବିଭାଗ ସହ ଆଲୋଚନା ହୋଇଛି। ଏହି ପାର୍କ ନିର୍ମାଣ ହେବା ପରେ ଉମରକୋଟ ର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଲୋକଙ୍କୁ ମନରଞ୍ଜନ ପାଇଁ ସ୍ଥାନ ମିଳିବ ଓ କିଛି ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ମିଳିବ ବୋଲି ଉମରକୋଟ ବିଧାୟକ ତଥା ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି। ସ୍ମାର୍ଟ ପାର୍କ କେବଳ ମନ୍ତ୍ରୀ ଙ୍କ ପ୍ରୟାସ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ସହର ବାସୀ ଧନ୍ୟବାଦ ଦେଇଛନ୍ତି।