May 10, 2026

କୋଶଳ ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗାନ୍ଧୀବାଦୀ କୃଷ୍ଣା ମହାନ୍ତି : ପ୍ରତି ଓଡିଆର ବିକାଶରେ ସରକାରୀ ବିଫଳତାର କାରଣ କୋଶଳ ଆନ୍ଦୋଳନ..

IMG-20250311-WA0048
Share

 

( ଦେବାଶିଷ ଦାଶ )

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଶିଷ୍ଟ ଗାନ୍ଧୀବାଦୀ ଶ୍ରୀମତୀ କୃଷ୍ଣା ମହାନ୍ତି । ଏଥିରେ ସେ କହିଛନ୍ତି, ପ୍ରତି ଓଡିଆର ବିକାଶରେ ସରକାରୀ ବିଫଳତାର କାରଣ କୋଶଳ ଆନ୍ଦୋଳନ ବୋଲି ପ୍ରଥମେ ବୁଝିବାକୁ ହେବ ଓ କେବଳ ବୟାନବାଜି ମାଧ୍ୟମରେ କୋଶଳ ଆନ୍ଦୋଳନକୁ ଦବାଇ ଦିଆଯାଇ ପାରିବ ନାହିଁ ।

ସେହି ବିଧାୟକ କେବଳ ରାଜନୈତିକ ଦୃଷ୍ଟିରୁ ଚର୍ଚ୍ଚାରେ ରହିବା ଉଦ୍ଦେଶ୍ୟରେ ଏଭଳି ବୟାନ ଦେଇଥିବା ଯେପରି ସତ, ସେହିଭଳି ବିରୋଧୀ ଦଳମାନେ ବି ତାଙ୍କ ବୟାନକୁ ବିରୋଧ କରି କେବଳ ନିଜର ରାଜନୈତିକ କର୍ତ୍ତବ୍ୟ ସମ୍ପାଦିତ କରୁଛନ୍ତି ବୋଲି କହିଛନ୍ତି କୃଷ୍ଣା ମହାନ୍ତି ।

ସେ ପ୍ରଶ୍ନ କରିଛନ୍ତି, କେବଳ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳ ଗୁଡିକରେ ବିକାଶ କରାଇ ଆମେ ଏହାକୁ ସମଗ୍ର ଓଡିଶାର ବିକାଶ ବୋଲି କହିପାରିବା କି ?

 

ଆଜି ବି ଓଡିଶାର ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳ ତଥା ଉତ୍ତରାଞ୍ଚଳର ଅନେକ ଅଞ୍ଚଳ ଏପରିକି ଉପକୂଳ ଓଡିଶାର ଅନେକ ଅଞ୍ଚଳରେ ବିକାଶ ପହଞ୍ଚିବା ସମ୍ଭବପର ହୋଇପାରି ନାହିଁ । ଉପକୂଳ ଓଡିଶାରେ ଦୁଇଦିନ ବର୍ଷାରେ ବେହାଲ ଚାଷୀ ଆତ୍ମହତ୍ୟା ଘଟଣା, ପଶ୍ଚିମ ଓଡିଶାରେ ଧାନ ବିକ୍ରୟରେ ହନ୍ତସନ୍ତ ହେଉଥିବା ଚାଷୀକୂଳଙ୍କ ସ୍ଥିତି, ଦକ୍ଷିଣ ଓ ଉତ୍ତର ଓଡିଶାରେ ଖଣିଖାଦନ ଖୋଳିବା ଆଳରେ ଲକ୍ଷ ଲକ୍ଷ ଗରିବ ଜନତାଙ୍କର ବିସ୍ଥାପନର ଦୁଃଖ କେଉଁଭଳି ବିକାଶକୁ ସୂଚାଉଛି ? ଏଥିପାଇଁ ବିକାଶକୁ ତ୍ବରାନ୍ବିତ କରିବା ସହ ରାଜନୀତିରେ ବିଶ୍ଵାସ କରୁଥିବା ସଂପୃକ୍ତ ବିଧାୟକଙ୍କୁ ତାଗିଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କୃଷ୍ଣା ମହାନ୍ତି ।