ଶାକାହାରୀ ରଙ୍ଗଣୀ ସମାଜ ବାର୍ଷିକ ଅଧିବେଶନ ଉଦଘାଟିତ..

ବୋଲଗଡ, ୨୦/୩ (ଉପାନ୍ତ ଖବର): ବୋଲଗଡ ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମର ସ୍ଥିତ ବଡ଼ସାହି ଠାରେ ଶାକାହାରୀ ରଙ୍ଗଣି ସମାଜ ବାର୍ଷିକ ଅଧିବେଶନ ୨୦୨୫ ରବିବାର ଦିନ ଉଦ୍ଘାଟିତ ହୋଇଯାଇଛି। ଶାକାହାରୀ ରଙ୍ଗଣୀ ସମାଜ ଶାଖା ପାତ ପଇତା ତିନି ଶହ ଘରର ସଭାପତି ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଗ୍ରାମର ଭୋଳେଶ୍ୱର ଦେବଙ୍କ ପୀଠ ଠାରୁ ସମସ୍ତ ରଙ୍ଗଣୀ ସମାଜର ସଦସ୍ୟଙ୍କ ସହିତ ରାସୋଳ ସମସ୍ତ ରଙ୍ଗଣୀ ସମାଜର ଆବାଳ, ବୃଦ୍ଧ, ବନିତା ଓ ଯୁବକ ଏକତ୍ରିତ ହୋଇ ପଟୁଆର କରି ସାହିକୁ ପ୍ରବେଶ କରିଥିଲେ l ପଟୁଆରରେ ଜାତି ସେନାପତି ଶତ୍ରୁଘ୍ନ ସେନାପତି, ଜଗବନ୍ଧୁ ସେନାପତି ଓ ପାତ୍ର ବୃନ୍ଦାବନ ସାହୁ , କୃଷ୍ଣଚନ୍ଦ୍ର ସାହୁଙ୍କୁ ସ୍ଵାଗତ ସମାରୋହରେ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା।ବୈଠକ ପ୍ରାରମ୍ଭରେ ବନ୍ଧୁ ସମାବେଶ ,ଶୁଭ ଉଦ୍ଘାଟନ,ଅତିଥିଙ୍କୁ ମାଲ୍ୟାର୍ପଣ,ପ୍ରାର୍ଥନା,ସାଇ ସଂଖୋଳା, ଛ ଦେଶ ବଞ୍ଚାଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁଧାଂଶୁ ଶେଖର ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସାନପଦର ଗ୍ରାମପଞ୍ଚାୟତ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ସମିତିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର ଏବଂ ନାଏବ ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ କୁମାର ପାଲଟାସିଂହ ସଂମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ବୈଠକରେ ଶାକାହାରୀ ରଙ୍ଗଣି ସମାଜ ଶାଖା ପାତ ପଇତା ୩ ଶହ ଘର ଶାଖାର ସଭାପତି ଅଶେଷାନନ୍ଦ ମହଲା, ସଂପାଦକ ବ୍ରହ୍ମାନନ୍ଦ ସାହୁ , ବୁଦ୍ଧିନାଥ ବେହେରା, ଆରତ ବନ୍ଧୁ ମହଲା, ରାଜକିଶୋର ଦାସ, ସୁବ୍ରତ ସାହୁ, ପବିତ୍ର କୁମାର ସାହୁ, କିଶୋର ଦାସ, ରାଜକିଶୋର ମହଲାଙ୍କ ସମେତ ରାସୋଳ ଗ୍ରାମର ୨୫ ଶାକାହାରୀ ରଙ୍ଗଣି ସମାଜ ସହଯୋଗ କରି ପରିଚାଳନା କରିଥିଲେ। ଏହି ବାର୍ଷିକ ଅଧିବେଶନରେ ଶାକାହାରୀ ରଙ୍ଗଣୀ ସମାଜ ତରଫରୁ ଶିକ୍ଷାରେ କୃତୀ ଛାତ୍ର ଛାତ୍ରୀ ମାନକୁ ଶିକ୍ଷାର ବିକାଶ ପାଇଁ ମାନପତ୍ର ସହିତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ରାଜ୍ୟ ନିଖିଳ ଉତ୍କଳ ରଙ୍ଗଣୀ ସମାଜ ଶାଖାର ବିଭିନ୍ନ ଜିଲ୍ଲାର ରଙ୍ଗାଣୀ ସମାଜର ଶତାଧିକ ଜାତି ଭାଇ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ନୃତ୍ୟ ଓ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପରିଶେଷରେ ସୁଧାଂଶୁ ଶେଖର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।