March 13, 2025

ଟାଙ୍ଗିଆପଡା ରେ ୪ ତମ ସାମାଜିକ ନାଟକ “ରାତିର କୁହୁଡି ସକାଳେ ଶେଷ “ଅନୁଷ୍ଠିତ::ଏକତା ଓ ଭାଇଚାରା ଭାବ ସୃଷ୍ଟି କରେ ଏହି ନାଟକ-ଅତିଥି

Share


ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିଆପଡା ଗ୍ରାମର କେଦାରଶ୍ୱର ମନ୍ଦିର ପ୍ରାଙ୍ଗଣରେ ମା ଖଣ୍ଡେଶ୍ୱରୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ ” ରାତିର କୁହୁଡି ସକାଳେ ଶେଷ”ଅନୁଷ୍ଠିତ ହୋଇଯାଇଛି।ମହେଶ୍ବର ମହାରଣା ଙ୍କ ରଚିତ ପ୍ରଶାନ୍ତ ସାହୁ(ବସୁ ସାର)ଙ୍କ ନିର୍ଦ୍ଦେଶନା ରେ ମୁଖ୍ୟ ପରିଚାଳକ ବିଶ୍ୱନାଥ ନନ୍ଦ ମୁଖ୍ୟ ଉପଦେଷ୍ଟା ବାଦଲ ମଙ୍ଗରାଜ ଓ ଟାଙ୍ଗିଆପଡା ଗ୍ରାମବାସୀ ଙ୍କ ସହିତ ମହାବୀର କ୍ଲବ ର ଆୟୋଜନ ରେ ଅତିଥି ରୂପେ ବିଜେପି ର ଖୋର୍ଦ୍ଧା ଜିଲ୍ଲା ଉତ୍ତର ଖୋର୍ଦ୍ଧା ମଣ୍ଡଳ ପ୍ରତିନିଧି ସଂଗ୍ରାମ ସାମନ୍ତସିଂହାର ,ମଣ୍ଡଳ ସଭାପତି ମନୋରଞ୍ଜନ ବଡ଼ଜେନା, ସମାଜସେବୀ ଗୋପାଳକୃଷ୍ନ ପ୍ରଧାନ,ବିଶିଷ୍ଟ ଶିକ୍ଷାବିତ ଧୀରେନ୍ଦ୍ର ନନ୍ଦ,ସୁରେଶ ସାମନ୍ତରାୟ,ସୁଶାନ୍ତ ନାଟୁଆ,ଶ୍ରିତମ ରଣା,ଅନ୍ୟ ଅତିଥିମାନେ ପ୍ରମୁଖ ଯୋଗଦେଇଥିଲା ବେଳେ ଏହି ନାଟକ ମାଧ୍ୟମରେ ଗ୍ରାମର ଏକତା ଓ ଭାଇଚାରା ଭାବ ସୃଷ୍ଟି ହେଉଛି ବୋଲି ମଣ୍ଡଳ ପ୍ରତିନିଧି ଶ୍ରୀ ସଂଗ୍ରାମ ସାମନ୍ତସିଂହାର କହିଥିଲେ। ସେହିପରି ଛୋଟ ବଡ଼ କଳାକାର ଙ୍କ ଭାଇଚାରା ଭାବ ଅକ୍ଲାନ୍ତ ପରିଶ୍ରମ ନିଷ୍ଠା,ଧୈର୍ଯ୍ୟ, ପାଇଁ ଏହି ଗ୍ରାମରେ ବର୍ଷକୁ ଦୁଇଥର ଏଭଳି କାର୍ଯ୍ୟକ୍ରମ ହେବା ନିଶ୍ଚିତ ଅନ୍ୟ ଗ୍ରାମ ପାଇଁ ଉଦାହରଣ ସୃଷ୍ଟି କରୁଛି ବୋଲି ଅନ୍ୟ ଅତିଥିମାନେ କହିଥିଲେ।ଏହି ନାଟକ ରେ ଭାଇ ପାଇଁ ଭଉଣୀ ର ତ୍ୟାଗ, ସ୍ତ୍ରୀ ମୃତ୍ୟୁବରଣ ପରେ ସ୍ୱାମୀର ବା ବାପ ର ପୁଅ ପ୍ରତି କର୍ତ୍ତବ୍ୟ ଓ ବୟସ ଗଡ଼ିଲେ ପୁଅ ର ବାପ ମା ପ୍ରତି କର୍ତ୍ତବ୍ୟ ଉପରେ ଲେଖକଙ୍କ ବର୍ଣ୍ଣିତ ନାଟକ ଉପସ୍ଥିତ ଦର୍ଶକ ଙ୍କ ମନକୁ ବେଶ ଛୁଇଁଥିଲା।ମୁଖ୍ୟ ଅଭିନୟରେ ବାଉରିଆ ସାମନ୍ତରାୟ,ଉମାକାନ୍ତ ପଟ୍ଟନାୟକ, ପ୍ରଫୁଲ ରଣା, ନିର୍ମଳ ରାଉତରାୟ, ଆଶିଷ ସାହୁ,ବିଭୁ ଛୋଟରାୟ,ଲିପୁନ ବେହେରା,ଇତୁଲ ଶତପଥୀ,ଜୀବନ ସାମନ୍ତରାୟ,ବାଦଲ ମଙ୍ଗରାଜ,କାଳିଆ ସାହୁ,ବିକାଶ ,ସନା,ରାଧାକାନ୍ତ,ପ୍ରଶାନ୍ତ,ଶିଶିଶୁ କଳାକାର ରକି, ମୁନୁ,ପ୍ରମୁଖ ନିଖୁଣ ଅଭିନୟ କରିଥିଲା ବେଳେ ଗ୍ରାମର ଛୋଟ ବଡ଼ ସମସ୍ତେ ସହଯୋଗ କରିଥିଲେ।