May 10, 2026

ଉତ୍କଳୀୟମ ଫାଉଣ୍ଡେସନ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ -୨୦୨୫ ଅନୁଷ୍ଠିତ

IMG-20250309-WA0062
Share

 

ରାଜସୁନଖଳା,୦୯/୦୩(ଉପାନ୍ତ ଖବର): ରାଜସୁନାଖଳା ନିକଟସ୍ଥ କୋଟଗଡ ଅନନ୍ତ ଗୁମ୍ଫା ପରିସରରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ ସମ୍ମିଳନୀ -୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ରଜବନ୍ଧୁ ସୁବୁଦ୍ଧି, ମୁଖ୍ୟବକ୍ତା ପୂର୍ବତନ ଜିଲ୍ଲାପରିଷଦ ତଥା ବରିଷ୍ଠ ଆଇନଜୀବି ଗିରିଜାକାନ୍ତ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଯୁବ ସମାଜସେବୀ ବାସୁଦେବ ସାହୁ, ତ୍ରିନାଥ ବିଶ୍ଵାଳ, ସୁରେଶ ଚନ୍ଦ୍ର ସ୍ବାଇଁ, ପୁରୀ ସାଂସଦଙ୍କ ରଣପୁର ପ୍ରତିନିଧି ଟୁଲୁ ପ୍ରହରାଜ, ରାଜ ସୁନାଖଳା ପଞ୍ଚାୟତ ସମିତିସଭ୍ୟ ତପନ କୁମାର ପ୍ରଧାନ, ଚଳଚ୍ଚିତ୍ର ଅଭିନେତ୍ରୀ ସୁଚିତ୍ରା ବେହେରା ପ୍ରମୁଖ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ଏହି ଅବସରରେ ବୋଲାଗଡ ଓ ରଣପୁର ବ୍ଲକର ବୈଦ୍ୟୁତିକ ଛାପା ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଉଲଖେନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଉପଢୌକନ ସହ ସମ୍ବର୍ଦ୍ଧିତ କରଯାଇଥିଲା। ଓଡିଶାରେ ଯୁବ ଗୋଷ୍ଠୀଙ୍କ ବିକାଶ ପାଇଁ ସମାଜର ଭୂମିକା ସମ୍ପର୍କରେ ବିଷୟରେ ଅତିଥି ମାନେ ବକ୍ତବ୍ୟ ଦେଇଥିଲେ। ଏହି ଉତ୍କଳୀୟମ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି। ଏହି ଫାଉଣ୍ଡେସନ ବର୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି।ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ୨୦୧୪ ମସିହାରୁ ଉତ୍କଳୀୟମ ଫାଉଣ୍ଡେସନ ପକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ କାର୍ଯ୍ୟ କରିଆସୁଅଛି। ଏବେ ଏହି ସଂଗଠନ ଭୁବନେଶ୍ୱରରେ କେବଳ ଓଡିଶାରେ ସୀମିତ ହୋଇ ନାହିଁ, ତାହା ଦେଶ ଓ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରସିଦ୍ଧି ଲାଭ କରିଛି ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଣପୁର ନନ୍ଦପୁର ଅଞ୍ଚଳର କେଳା କେଳୁଣୀ କଳାର ନିଖୁଣ ଅଭିନୟ ଅଜୟ ଦାସ ଓ ତାଙ୍କ ଟିମ ସଚେତନତା ସଂସ୍କୃତିକୁ କାର୍ଯକ୍ରମ ପରିବେଷଣ କରୁଥିଲେ।

 

ରିପୋର୍ଟ-ମାନସ ରଂଜନ କର।