May 10, 2026

ବିଜୁବାବୁଙ୍କୁ ଛୋଟ କରିବାର ଅପଚେଷ୍ଟା ଅକ୍ଷମଣୀୟ  ସଦର ବ୍ଲକ ବିଜେଡିର ପ୍ରତିବାଦ ସଭାରେ ଅତିଥିଙ୍କ ମତ

IMG-20250309-WA0045
Share

 

 

ବାଲେଶ୍ଵର(ଶେଖ୍ ନଜିମ୍): ଗୁରୁବାର ପୂର୍ବାହ୍ନରେ ସଦର ବିଜୁ ଜନତା ଦଳ ପକ୍ଷରୁ ସଦର ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ନବଉତ୍କଳର ନିର୍ମାତା ଏବଂ ମହାନଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରୁ ପଞ୍ଚାୟତ ରାଜ ଦିବସକୁ ଅଲଗା କରିବା ସାଙ୍ଗକୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ବିଜେପି ଦଳର ହୀନମନ୍ୟାତାର ଉଦାହରଣ ଅଟେ । ଯେଉଁ ବ୍ୟକ୍ତି ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି ତାଙ୍କୁ ଛୋଟ କରିବା ପାଇଁ ବିଜେପି ଦଳ ଯେଉଁ ଚେଷ୍ଟା କରିଛି ତାହା ସେମାନଙ୍କର ଛୋଟ ଚିନ୍ତାଧାରା ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବିଜେପିର ଏତାଦୃଶ କାର୍ଯ୍ୟ କେବେବି ଗ୍ରହଣୀୟ ହୋଇ ପାରିବ ନାହିଁ । ଏଭଳି କାର୍ଯ୍ୟ ପ୍ରତିବାଦରେ ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଲଢେ଼ଇ ଜାରି ରହିବ । ଯେପର୍ଯ୍ୟନ୍ତ ବିଜେପି ତାର ଭୁଲ ସ୍ଵୀକାର ନକରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡିର ରାଜ୍ୟ ପ୍ରବକ୍ତା ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର ଚେତାବନୀ ଦେଇଥିଲେ । ବାଲେଶ୍ବରର ପୂର୍ବତନ ସଦର ବିଧାୟକ ସ୍ୱରୂପ ଦାସ ଉଦ୍‌ବୋଧନ ଦେଇ ବିଜୁ ବାବୁଙ୍କ ଭଳି ଜଣେ ଆନ୍ତର୍ଜାତିକ ରାଜନେତା ତଥା ଓଡ଼ିଶାର ଗର୍ବ ଓ ଗୌରବକୁ ଅପମାନିତ କରିବାକୁ ଚେଷ୍ଟା ଓଡ଼ିଆର ଅସ୍ମିତା ପ୍ରତି କୋଠାରଘାତ ବୋଲି ମତବ୍ୟକ୍ତ କରିବା ସଂଗେ ସଂଗେ ରାଜ୍ୟର ବିକାଶ ପ୍ରତି ଧ୍ୟାନ ନଦେଇ ବିଜେପି ସରକାର ବିଜୁ ବାବୁଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି । ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଅନ୍ୟତମ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପିର ଏତାଦୃଶ କାର୍ଯ୍ୟ ଅକ୍ଷମଣୀୟ ବୋଲି କହିବା ସଂଗେସଂଗେ ବିଜେପି ଏଥିପାଇଁ ସର୍ବସାଧାରଣରେ ଭୁଲ ମାଗିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ପ୍ରତିବାଦ ସଭାରେ ବିଜେଡିର ବରିଷ୍ଠ ନେତା ରଂଜନ ବାଗ ଅଧ୍ଯକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ତ‌ଥା ବିଜେଡିର ଯୁବନେତା ସଂଗ୍ରାମ ମଲ୍ଲିକ, ପୂର୍ବତନ ଉପନଗରପାଳ ମନୋଜ କୁମାର ରାଉତ, ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, ସାର୍ଥାର ପଞ୍ଚାୟତର ବରିଷ୍ଠ ନେତା ପ୍ରଫୁଲ୍ଲ ଦେ ,ବରିଷ୍ଠ ନେତା ଅଙ୍କୁର ତରେଇ, ନାରୀନେତ୍ରୀ ରାଜଲକ୍ଷ୍ମୀ ଚାଟାର୍ଜୀ, ଜିଲ୍ଲା ପରିଷଦ ସଦସ୍ୟା ସୋନାଲି ବିଶ୍ଵାଳ, ପୂର୍ବତନ କାଉନସିଲର ବିଶ୍ବଜିତ ମହାପାତ୍ର, ସଂଜୟ ବେହେରା, ନଳିନୀକାନ୍ତ ଦାସ , ଛାତ୍ରନେତା ବିଭୁଦତ୍ତ ପରିଡ଼ା ପ୍ରମୁଖ ପ୍ରତିବାଦ ସଭାରେ ଉଦ୍‌ବୋଧନ ଦେଇ ବିଜେପିର ଏତାଦୃଶ ହୀନ କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ । ଶେଷରେ ବିଜେଡିର ଯୁବନେତା ଧିରେନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।