May 10, 2026

ଉପମୁଖ୍ୟମନ୍ତ୍ରୀଙ୍କୁ ଦୁବୁଲାଗଡ଼ି ବିଚ୍ ରିସୋର୍ଟ ଆସୋସିଏସନ ପକ୍ଷରୁ ଦାବିପତ୍ର ପ୍ରଦାନ 

IMG-20250309-WA0046
Share

 

ବାଲେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଆସିଥିବାବେଳେ ଦୁବୁଲାଗଡ଼ି ବିଚ୍ ରିସୋର୍ଟ ଆସୋସିଏସନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦୁବୁଲାଗଡ଼ି ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଆଲୋକ ବ୍ୟବସ୍ଥା ଓ ବିଶ୍ରାମଗୃହ ନିର୍ମାଣ ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ପ୍ରତିବର୍ଷ ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକ ଏହି ବେଳାଭୂମିକୁ ଆସୁଛନ୍ତି। ବେଳାଭୂମିର ସୁରକ୍ଷା ସାଙ୍ଗକୁ ନାଲି କଙ୍କଡ଼ା, ନୀଳରକ୍ତ କଙ୍କଡ଼ା, ସାମୁଦ୍ରିକ କଇଁଚ, ସମୁଦ୍ରର ଶାମୁକାଗୁଡ଼ିକର ସୁରକ୍ଷା ଓ ରକ୍ଷଣବେକ୍ଷଣ ପାଇଁ ଆସୋସିଏସନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ବିଗତ ଦୁଇବର୍ଷ ମହାମାରୀ କରୋନାରେ ଓଡ଼ିଶା ତଥା ରାଜ୍ୟ ବାହାରର ପିଲାମାନେ ଏହି କାର୍ଯ୍ୟରେ ନିବୃତ ହୋଇଥିଲେ ସେମାନେ ରାଜ୍ୟ ବାହାରେ ନିଯୁକ୍ତି ହରାଇବା ପରେ ଏବେ ଏହି ଅଂଚଳରେ କାମ କରୁଛନ୍ତି। କିଛି ବେରୋଜଗାର ଯୁବକମାନେ ମିଳିତ ହୋଇ ଏଭଳି ଆସୋସିଏସନ ଗଠନ କରିଛନ୍ତି ତେବେ ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଆଲୋକ ବ୍ୟବସ୍ଥା ଓ ବିଶ୍ରାମଗୃହ ନଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଆସୋସିଏସନ ସଭାପତି ଡ. ଦେବବ୍ରତ ପ୍ରଧାନଙ୍କ ନେତୃତ୍ୱରେ ପ୍ରଦୀପ ପାତ୍ର, ମହେଶ୍ୱର ମାନ୍ନା, ରାମଚନ୍ଦ୍ର ସାମନ୍ତ, ବିଶ୍ୱଜିତ ମାଇତି, ତାରକ ସେନଗୁପ୍ତା, ସୁଶାନ୍ତ ମାନ୍ନା, ରାଜୀବ ଦାସ, ଗୋରାଚାନ୍ଦ ଜେନା, ଗୋକୁଳାନନ୍ଦ ଦାସ, ଅଶ୍ୱନୀ ପ୍ରଧାନ, ଶିବପ୍ରସାଦ ସିଂହ, ଶ୍ରବନ୍ତ ମାନ୍ନ ଓ ଖକନ ଜେନା ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ.।