May 10, 2026

ଉପ ମୁଖ୍ୟମନ୍ତ୍ରୀ ଙ୍କୁ ସାମ୍ବାଦିକଙ୍କ ଦାବି ଜଣାଇଲା :ଓୟୁଜେ

IMG-20250309-WA0048
Share

 

ବାଲେଶ୍ଵର: ଓଡ଼ିଶା ସାମ୍ବାଦିକ ୟୁନିଅନ ବାଲେଶ୍ଵର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ପଦ୍ମାବତୀ ପାର୍କ ପରିସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ରାଜ୍ୟ ସରକାର ସାମ୍ବାଦିକଙ୍କ ପାଇଁ ପେନସନ ବା ଭତ୍ତା ପ୍ରଦାନ କରିବା, ସାମ୍ବାଦିକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା,ଓ ସର୍ବୋପରି ଅଧିସ୍ବୀକୃତି କମିଟି ନିୟମିତ ବସାଇବା ଆଦି ୩ଦଫା ସମ୍ବଳିତ ଦାବିପତ୍ର ଉପ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା।ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଓ ମିଥ୍ୟା ମାମଲା ରେ ଛନ୍ଦି ଦିଆଯାଉଛି ବୋଲି ଦାବିପତ୍ର ରେ ଉପମୁଖ୍ୟ ମନ୍ତ୍ରୀ ଙ୍କୁ ୟୁନିଅନ ପକ୍ଷରୁ ଅବଗତ କରାଯାଇଥିଲା।।ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେବାକୁ ଓୟୁଜେ ପକ୍ଷରୁ ବାରମ୍ବାର ଦାବି କରାଯାଉଛି।ସେହିପରି ଅଧିସ୍ବୀକୃତି କମିଟି ର ବୈଠକ ଦୀର୍ଘ ବର୍ଷ ଧରି ବସିନଥିବାରୁ ଏହା ସମସ୍ୟା ସୃଷ୍ଟି କରୁଛି ବୋଲି ଓୟୁଜେ ପକ୍ଷରୁ କୁହାଯାଇଥିଲା। ରାଜ୍ୟ ସଂଘର ସଭାପତି ପ୍ରସନ୍ନ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ପରେ ରାଜସ୍ବ ମନ୍ତ୍ରୀ ଓ ଆଜି ଉପମୁଖ୍ୟମନ୍ତ୍ରି ପ୍ରଭାତୀ ପରିଡା ଙ୍କୁ ଏହି ଦାବି ପତ୍ର ଦିଆଯାଇଥିଲା।ଉପ ମୁଖ୍ୟମନ୍ତ୍ରି ଶ୍ରୀମତୀ ପରିଡ଼ା ଦାବି ଗୁଡ଼ିକ ଉପରେ ନିଜର ମତ ଦେଇ କହିଲେ ଯେ, ସରକାର ସାମ୍ବାଦିକଙ୍କ ଦାବି ଓ ସମସ୍ୟା ପ୍ରତି ଅବଗତ ଅଛନ୍ତି। ଏଥିନେଇ ନିକଟ ଭବିଷ୍ୟତରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ଏହି ଦାବି କରାଯାଇ ଆସୁଥିବା ତାଙ୍କ ନଜରକୁ ଆସିଛି ବୋଲି ସେ କହିଥିଲେ। ସାମ୍ବାଦିକମାନଙ୍କ ଉପରେ ପୂର୍ବରୁ ଥିବା କେତେକ ଅଘୋଷିତ କଟକଣା କୁ ସରକାର ଉଠାଇ ଦେଇଥିବା ବେଳେ ସେମାନଙ୍କ ଦାବି ଯଥାର୍ଥ ହୋଇଥିବାରୁ ତାହା ପୂରଣ କରାଯିବ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ। ଓୟୁଜେ ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ ଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ ବେଳେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ଶତପଥୀ ବରିଷ୍ଠ ସଦସ୍ୟ,ପ୍ରସନଜିତ୍ ଆଶ, ସୋମନାଥ ସାହୁ , କହ୍ନେଇ ଚରଣ ପ୍ରଧାନ ଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।