May 10, 2026

ଭବାନୀପାଟଣା ସହର ର ଏକ ନମ୍ବର ୱାର୍ଡ ସମସ୍ୟା ଘେରରେ ..

IMG-20250309-WA0056
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)ଭବାନୀପାଟଣା ସହରର ୧ନଂ ୱାର୍ଡ ହେଉଛି ଏକ ବଡ ୱାର୍ଡ। କିନ୍ତୁ ବର୍ତ୍ତମାନ ଏହି ୱାର୍ଡ ସମସ୍ୟା ଗୁଡିକରେ ମଧ୍ୟ ୧ନଂ। ଏହି ୱାର୍ଡ଼ର ସବୁଠାରୁ ବଡ ସମସ୍ୟା ଗୁଡିକ ହେଲା ରାସ୍ତା,ଡ୍ରେନ ଓ ପାନୀୟ ଜଳ।ଏହି ୱାର୍ଡର ପ୍ରାୟ ସମସ୍ତ ରାସ୍ତା ଗୁଡିକ ଦରଭଙ୍ଗା,ଖାଲ ଢ଼େପ ଓ ଅଳିଆ ଆବର୍ଜନାରେ ପରିପୂର୍ଣ ଅଟେ।ୱାର୍ଡ଼ର ଅନେକ ଭଦ୍ର ବ୍ୟକ୍ତି ନିଜର ଗୃହ ନିର୍ମାଣ କାମ ସକାଶେ ବାଲି,ମେଟାଲ ଓ ଅନ୍ୟାନ୍ୟ ଆବର୍ଜନା ନିୟମ ବିରୋଧରେ ଖୋଲା ଖୋଲି ଭାବରେ ଯାଇ ରାସ୍ତା ଉପରେ ଗଦାନ୍ତି।ଏହା ଦ୍ଵାରା ଲୋକଙ୍କୁ ପ୍ରାୟ ସବୁ ସମୟରେ ଯାନବାହାନ ଚଳାଚଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଏହାଛଡା ଡ୍ରେନ ଗୁଡିକ ତଥା ରାସ୍ତା ଉପରେ ଗଦା ହୋଇଥିବା ଆବର୍ଜନା ଗୁଡିକ କେବେ କାଳେ ସଫା କରାଯାଇଥାଏ।ଏହାଛଡ଼ା ୱାର୍ଡର ବିଭିନ୍ନ ସ୍ଥାନରେ ଥିବା ନଳକୂପ ଗୁଡିକ ଅଚଳାବସ୍ଥାରେ ଅଛି।ଏହି ସବୁ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବି.ଜେ.ପି ଦଳର ଓ.ବି.ସି. ସଭାପତି ଶ୍ରୀଯୁକ୍ତ ରାମ ରାଉତ ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ୱାର୍ଡ ମେମ୍ବରଙ୍କୁ ଭେଟି ଏସବୁ ସମସ୍ୟା ବିଷୟରେ ବାରମ୍ବାର ଜଣାଇବା ସତ୍ୱେ ସମସ୍ୟାର କିଛି ବି ସମାଧାନ ହେଉ ନାହିଁ ବରଂ ୱାର୍ଡମେମ୍ବରଙ୍କ ଭୋଟ ନେବା ଆଗରୁ ୱାର୍ଡ ବାସୀଙ୍କ ପାଇଁ ଯେଉଁ ପ୍ରୀତି ଥିଲା ସେହି ପ୍ରୀତି ନାହିଁ ବୋଲି ଶ୍ରୀ ରାଉତ ଜଣାଇଛନ୍ତି।ନିର୍ବାଚନ ସାରିବାପରେ ୱାର୍ଡ ମେମ୍ବର ମହୋଦୟା ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଛନ୍ତି।ୱାର୍ଡ ମେମ୍ବର ମହୋଦୟା ଦୟା ପୂର୍ବକ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଅତି ଶୀଘ୍ର ସମାଧାନ କରିବାପାଇଁ ସ୍ଥାନୀୟ ବାସିନ୍ଦା ଦାବି ଜଣାଇଛନ୍ତି ଏବଂ ବି.ଜେ.ପି ର ଓ.ବି. ସି ସଭାପତି ଶ୍ରୀଯୁକ୍ତ ରାମ ରାଉତ ୱାର୍ଡର ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।