March 13, 2025

ଅନ୍ତର୍ଜାତୀୟ ମହିଳା ଦିବସ କୁ ପାଳନ କଲେ ବ୍ୟାସ ଫାଉଣ୍ଡେସନ ର ଅଧକ୍ଷା…

Share

 

ତିର୍ତ୍ତୋଲ

 

ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଭାବେ ବ୍ୟାସ ଫାଉଣ୍ଡେସନ ବେଶ ପରିଚିତ ଥିବା ବେଳେ, ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାରେ ପ୍ରୟାସ କରିପାରିଛି l ଏହି ଉପଲକ୍ଷେ ତିର୍ତ୍ତୋଲ ଆନନ୍ଦ ମଣ୍ଡପ ସଭାଗୃହରେ ପ୍ରାୟ ଶତାଧିକ ମହିଳା ଙ୍କ ସମାବେଶ ଦେଖିବାକୁ ମିଳିଥିଲା l ମହିଳା ଦିବସର ବିଶେଷ ଅତିଥି ମାନଙ୍କ ମଧ୍ୟରେ ଜଗତସିଂହପୁର ଏସ.ଭି.ଏମ. କଲେଜ ର ଅଧ୍ୟାପିକା ଶ୍ରୀମତୀ ସୁଜାତା ମୁଣ୍ଡ, ଡଃ. ବନ୍ଦିତା ସୁଭଦର୍ଶିନୀ,ସ୍ମୃତି ର ସମ୍ପାଦିକା କନକଲତା ସୁତାର,ଶ୍ରୀମତୀ ଶର୍ମିଳା ଦାଶ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି କ୍ରିଷ୍ଣା ମହାନ୍ତି,ଶ୍ରୀମତୀ ଝରାଶ୍ରୀ ରାଉତ,ବିଶେଷ ପ୍ରତିଭା ଡଃ. ବନିତା ମହାନ୍ତି ପ୍ରମୁଖ ଯୋଗଦେଇଥିବା ବେଳେ, ସଭାପତିତ୍ୱ କରିଥିଲେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ l ମଞ୍ଚ ପରିଚାଳନା କରିଥିଲେ ପଣ୍ଡିତ ଡଃ. ସିଦ୍ଧେଶ୍ବର ପଣ୍ଡା l ସଭା ପ୍ରାରମ୍ଭ ରେ ମା’ଶାରଳାଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା ଉଦଘାଟନ କରାଯାଇଥିଲା l ମହିଳା ଦିବସ ର ଗୁରୁତ୍ୱ ବିଷୟରେ ଆମନ୍ତ୍ରିତ ଅତିଥି ମାନେ ସାରଗର୍ଭକ ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ଜଣେ ଯୁବ ପ୍ରତିଭା କ୍ରିଷ୍ଣା କରିସ୍ମା ମୁଦୁଲି ଯେକି ଆଗାମୀ ଦିନର ଆଇ.ଏ.ଏସ.ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି , ନିଜର ଶାଣିତ ମନ୍ତବ୍ୟରେ ଉପସ୍ଥିତ ମହିଳା ମାନଙ୍କୁ ଅଭିଭୂତ କରିଦେଇଥିଲେ l ଆଜିର ମହିଳା କେବଳ ମାଆ, ଭଉଣୀ, ଜାୟା ରେ ସୀମିତ ନହୋଇ ଆଗାମୀ ଦିନର ଦେଶ ଗଠନର କର୍ଣ୍ଣଧାର ହେବା ଆବଶ୍ୟକ ବୋଲି ତତ୍ଵାତ୍ମକ ମନ୍ତବ୍ୟ ମାନ ସମସ୍ତ ମହିଳାଙ୍କୁ ସଶକ୍ତିକରଣ ପାଇଁ ଉତ୍ସାହିତ କରିଥିବାର ଦେଖିବାକୁ ମିଳିଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ବ୍ୟାସ ଫାଉଣ୍ଡେସନ ର କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ହୋତା, କୋଷାଧ୍ୟକ୍ଷ୍ୟ ଶରତ କୁମାର ଦାଶ, ଏବଂ ପଣ୍ଡିତ ସିଦ୍ଧେଶ୍ବର ପଣ୍ଡା ଙ୍କ ତତ୍ୱାବଧାନ ରେ ଆୟୋଜିତ ହୋଇଥିଲା l ସଭାର ଅନ୍ତିମ ଚରଣରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ କ୍ଷେତ୍ରରୁ ଆଶା, ଏମ.ବି.କେ, ଶିକ୍ଷୟିତ୍ରୀ, ସମାଜସେବା କ୍ଷେତ୍ରରେ ପାରଦର୍ଶିତା ପାଇଁ ମହିଳା ମାନଙ୍କୁ ଟ୍ରଫି ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା l ପରି ଶେଷରେ ଶ୍ରୀ ବିବେକାନନ୍ଦ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ଲ

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ , ନିୟୁଜ ଉପାନ୍ତ ଖବର .।