ଗଞ୍ଜାମରେ ଫଗୁଣ ନବମୀ ଝାମୁ ଯାତ୍ରା

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହର ସ୍ଥିତ ଏଲାମ୍ମା ମନ୍ଦିରରେ ଫଗୁଣ ନବମୀ ରି ମା ଏଲାମା ଝାମି ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ତ୍ରିନାଥ ଜେନା ଙ୍କ ପ୍ରଥମେ ଡହ ଡହ ନିଆଁ ରେ ଚାଲିବା ପରେ ମାନସିକଧାରୀ ଶ୍ରଦ୍ଧାଳୁ ମାନେ ନିଆଁରେ ଚାଲିଥିଲେ l
ଏଲମା ଙ୍କ ନିକଟରେ ଆଳତି ସହ ପରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା କରାଯାଇଥିଲା l ବିଶେଷକରି ଦିନ ତମାମ ତେଲୁଗୁ ସମ୍ପ୍ରଦାୟ ଶ୍ରଦ୍ଧାଳୁ ମାନେ ମାଁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହ ପୂଜାର୍ଚନା କରାଯାଇଥିଲା l ସନ୍ଧ୍ୟାରେ ନିଆଁରେ ଚାଲିବା କାର୍ଯ୍ୟକ୍ରମ ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା l ବାଦ୍ୟବାଜଣା ରେ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l
ପାଞ୍ଚ ଦିନ ପୂର୍ବରୁ ବିଭିନ୍ନ ଗ୍ରାମ ମାଁ ଙ୍କ ଘଟ ପରିକ୍ରମା କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା l ସୁବାଷ ଚନ୍ଦ୍ର ଜେନା ରାଜେନ୍ଦ୍ର ଜେନା, ସନ୍ତୋଷ ଜେନା, ଜିତେନ୍ଦ୍ର ଜେନା, ହର ପ୍ରସାଦ ଜେନା ପ୍ରଶାନ୍ତ ଜେନା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ସୁପରିଚାଳନା ରେ ସହଯୋଗ କରିଥିଲେ l