ମହା ଆଡମ୍ବର ରେ ପାଳନ ହେଲା ଅବସର କାଳୀନ ସମ୍ବର୍ଦ୍ଦନା ଉତ୍ସବ….

କୁଜଙ୍ଗ
ଦୀର୍ଘ ୨୬ ବର୍ଷର ଶିକ୍ଷକତା ପରେ, ଅନେକ ସ୍ମୃତିକୁ ହୃଦୟ ମଧ୍ୟରେ ସାଇତି ରଖିଥିବା ଶିକ୍ଷୟିତ୍ରୀଙ୍କର ଅବସର ଗ୍ରହଣ ଅବକାଶରେ ଆଖିରୁ ଝରି ଆସିଥିଲା ଅଶ୍ରୁ । ଛାତ୍ରଛାତ୍ରୀ ମାନଙ୍କ ମୁଖରୁ ନିଜର ପ୍ରଶଂସା ଶ୍ରବଣ କରି ଭାବବିହ୍ୱଳ ହୋଇ, ଆନନ୍ଦ ରେ ଗଦଗଦ ହୋଇ ଉଠିଥିଲେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ କୁନ୍ତଳା ଦାଶ । ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଇ ପଞ୍ଚାୟତସ୍ଥ ଗରେଇ ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ଭାବେ ଶ୍ରୀମତୀ କୁନ୍ତଳା ଦାଶ କାର୍ଯ୍ୟରୁ ଅବ୍ୟାହତି ନେବା ଅବସରରେ ଏକ ଆଡମ୍ବରପୂର୍ଣ୍ଣ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଏରସମା ବ୍ଲକ ଶିକ୍ଷାଧିକାରୀ ଗୋପବନ୍ଧୁ ନାୟକ ।
ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାବିତ୍ରୀ ମହାପାତ୍ର ମଞ୍ଚାସିନ ଥିବାବେଳେ, ସମ୍ମାନିତ ଅତିଥି ଥିଲେ, ନିରୁପମା ପାଣି, ଭାବଗ୍ରାହୀ ମିଶ୍ର, ବିନୋଦ ମୁଦୁଲି, ଗରେଇ ପଞ୍ଚାୟତର ସରପଞ୍ଚ ଦିପ୍ତିମୟୀ ଲେଙ୍କା ଏବଂ ପରିଚାଳନା କମିଟି ସଭାପତି ବିଚିତ୍ର ମଲ୍ଲ ।ଅନ୍ୟମାନଙ୍କ ମଧ୍ୟରେ ଗରେଇ ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଯଥା ସୁରେଶ ମଲ୍ଲିକ, ସଞ୍ଜୟ କୁମାର ଦାସ,ମୀନାରାଣୀ ମହାନ୍ତି, ସୁନିତା ମହାପାତ୍ର, କଳ୍ପନା ପତି, ସୁଶ୍ରୀ ସଂଗୀତା ପରିଜା ଏବଂ ଆରତୀ ସିଂହ ପ୍ରମୁଖ ଯୋଗଦେଇ ଉକ୍ତ ଉତ୍ସବ କୁ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ ଙ୍କୁ ଗରେଇ ଗ୍ରାମର ପଞ୍ଚାୟତ ଅଫିସ ନିକଟରୁ ବାଦ୍ୟଯନ୍ତ୍ର ବଜେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୋଭାଯାତ୍ରାରେ ବିଦ୍ୟାଳୟ ପରିସର ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲେ । ମଞ୍ଚ ପରିଚାଳନା ଓ ଅତିଥି ଆମନ୍ତ୍ରଣ କରିଥିଲେ ସଞ୍ଜୟ କୁମାର ଦାସ ।ଅତିଥିମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହିତ ସଂଗୀତ ଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗତା ପରିଜା ଙ୍କ ସଂଯୋଜନା ରେ ସ୍ୱାଗତ ସଂଗୀତ ଗାନ କରିଥିଲେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କବିତା କୁମାରୀ ଆଚାର୍ଯ୍ୟ ଉକ୍ତ ଉତ୍ସବ କାଳୀନ ସଭାରେ ସଭାପତିତ୍ୱ କରିଥିବା ବେଳେ, ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ମଞ୍ଚସ୍ଥିତ ଜଗନ୍ନାଥ ଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା ଉଦଘାଟନ କରାଯାଇଥିଲା । ମଞ୍ଚାସିନ ଅତିଥି ମାନଙ୍କ ସମେତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଦାୟୀ ଶିକ୍ଷୟିତ୍ରୀ ଙ୍କ ସ୍ମୃତିରେ ବହୁ ଗାରିମାମୟ ଗାଥା ବର୍ଣ୍ଣନା କରିଥିବାର ଦେଖିବାକୁ ମିଳିଥିଲା ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….।