May 10, 2026

ଝଙ୍କଡ଼ ସାରଳା ପୀଠ ରେ ଜଗନ୍ନାଥ ମହୋତ୍ସବ ର ତୃତୀୟ ସନ୍ଧ୍ୟା ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ଗତ ମାର୍ଚ୍ଚ ୫ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଉଦଘାଟିତ

IMG-20250308-WA0034
Share

     ଝଙ୍କଡ଼ ସାରଳା ପୀଠ ରେ ଜଗନ୍ନାଥ ମହୋତ୍ସବ ର ତୃତୀୟ ସନ୍ଧ୍ୟା ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ଗତ ମାର୍ଚ୍ଚ ୫ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଉଦଘାଟିତ ହେବାପରେ, ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଜଗନ୍ନାଥ ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ, ପ୍ରବଳ ଜନସମାଗମ ରେ ଚଳଚଞ୍ଚଳ ହୋଇ ଉଠିଥିଲା ଝଙ୍କଡ଼ ସାରଳା ପୀଠ। ପ୍ରତ୍ୟୁଷରେ , ମଞ୍ଚାରୁଢ଼ ଜଗନ୍ନାଥ, ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ମଙ୍ଗଳ ଆରତୀ ଦର୍ଶନ କରିବା ପାଇଁ ଶ୍ରାଦ୍ଧକୁ ଭକ୍ତମାନଙ୍କ ଭିଡ଼ ଲାଗିରହିଥିଲା। ଜଗନ୍ନାଥ ସହସ୍ରନାମ ସ୍ତୋତ୍ର ପାଠ, ସ୍କନ୍ଧ ପୁରାଣ ପାରାୟଣ, ବିଶ୍ଵଶାନ୍ତି ମହାଯଜ୍ଞ ରେ ଆହୂତି ପ୍ରଦାନ ସହିତ, ଲୀଳାମୟ ଠାକୁର ଙ୍କ ୨୪ ବେଶ, ଛପନ ଭୋଗ ମଣ୍ଡପ ପରିଦର୍ଶନ କରି, ଦୂରଦୁରାନ୍ତ ରୁ ଆସିଥିବା ତୀର୍ଥଯାତ୍ରା ଓ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା।ସଂଧ୍ୟାରେ ମା ସୁବର୍ଣ୍ଣ ବାରାହୀ ଭଜନ ସଂଧ୍ୟା ର କଳାକାର ପଣ୍ତିତ ହରେକୃଷ୍ଣ ମିଶ୍ର, ରାଜେଶ ମିଶ୍ର, ଓ ସ୍ୱୟଂପ୍ରଭା ପରିଡ଼ା ଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥ ଭକ୍ତିସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ପରେ, ଅନୁଷ୍ଠାନର ମାର୍ଗ ଦର୍ଶକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସହିତ, ପୂଜକ ବିଷ୍ଣୁ ନାରାୟଣ ପାଢ଼ୀ , ପଣ୍ତିତ ଦେବଦତ୍ତ ଦାଶ, ଜଳସମ୍ପଦ ବିଭାଗର ସର୍ବୋଚ୍ଚଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି , ଗଞ୍ଜାମ ବୁଗୁଡ଼ା ର ପଣ୍ତିତ ଲକ୍ଷ୍ମୀନାରାୟଣ ପାଢ଼ୀ , ଶ୍ରୀମତୀ ଧରିତ୍ରୀ ପଟ୍ଟନାୟକ , ନିରଞ୍ଜନ ମହାନ୍ତି , ପ୍ରଦୀପ୍ତ କୁମାର ନାୟକ ଙ୍କ ସମେତ, ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଇଞ୍ଜିନିୟର ବିଷ୍ଣୁ ଚରଣ ସ୍ୱାଇଁ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରିଥଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ତଥା ଧାରାବାହିକ ପ୍ରବଚକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ବିବରଣ , ନାରଦଙ୍କ ଭକ୍ତିତତ୍ତ୍ଵ ନିରୂପଣ , ଇନ୍ଦ୍ରଦ୍ୟୁମ୍ନ ଙ୍କ ଉତ୍କଳ ଆଗମନ, ସହସ୍ର ଅଶ୍ଵମେଧ ଯଜ୍ଞ ଓ ନୃସିଂହ ପ୍ରତିଷ୍ଠା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରି ଭଗବତପ୍ରେମୀ ସମସ୍ତ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ପରିଶେଷରେ ଆରତୀ ସହିତ ଗୀତଗୋବିନ୍ଦ ଗାନ କରାଯାଇଥିଲା

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା